ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହୋଇପାରେ ଅନଲକ୍‌

0

ଭୁବନେଶ୍ବର, ୧୩।୬: ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ଥିବା ବେଳେ ୧୩ଟି ଜିଲ୍ଲାରେ ୫ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ ହାର। ସଂକ୍ରମଣ ହାର ଦୃଷ୍ଟିରୁ ଏହି ସବୁ ଜିଲ୍ଲାକୁ ଗ୍ରୀନ ଜୋନରେ ରଖିଛି ସ୍ୱାସ୍ଥ୍ୟ ବିଭାଗ। ଝାରସୁଗୁଡ଼ାରେ ପଜିଟିଭିଟି ରେଟ୍। ଝାରସୁଗୁଡ଼ାରେ ୧.୪ ପ୍ରତିଶତ ରହିଥିବା ବେଳେ ପ୍ରଥମ ଲହରରେ ଚିନ୍ତା ସୃଷ୍ଟି କରିଥିବା ଗଂଜାମ ଜିଲ୍ଲାର ସଂକ୍ରମଣ ହାର ରହିଛି ୧.୫ ପ୍ରତିଶତ ରହିଛି।

ଏପରିକି ସୁନ୍ଦରଗଡ଼ ଓ ସମ୍ବଲପୁରରେ ବି ଦୁଇ ପ୍ରତିଶତ ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍। ସେହିପରି ନୂଆପଡ଼ା ଓ ଗଜପତି ଜିଲ୍ଲା ୩ ପ୍ରତିଶତ ଏବଂ ୪ ପ୍ରତିଶତ ତଳେ ରହିଛି ବଲାଙ୍ଗୀର, କନ୍ଧମାଳ, ସୋନପୁର ଓ କଳାହାଣ୍ଡି ଜିଲ୍ଲା। ସେହିପରି ୫ ପ୍ରତିଶତ ତଳକୁ ଖସିଛି ବରଗଡ଼, ଦେବଗଡ଼ ଓ କେନ୍ଦ୍ରାପଡ଼ାର ସଂକ୍ରମଣ ହାର। ତେଣୁ ଏହି ସବୁ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ରାଜ୍ୟ ସରକାର ବୋଲି ଅନୁମାନ କରାଯାଉଛି।

ସେପଟେ ୯ଟି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ରହିଛି। ଏହିସବୁ ଜିଲ୍ଲାକୁ ସଂକ୍ରମଣ ହାର ଦୃଷ୍ଟିରୁ ରେଡ୍‌ ଜୋନ ରଖାଯାଇଛି। ଯାଜପୁରର ସ୍ଥିତି ସବୁଠୁ ଉଦବେଗଜନକ ରହିଛି । ଏହି ଜିଲ୍ଲାରେ ସଂକ୍ରମଣ ହାର ରହିଛି ୨୦.୮ ପ୍ରତିଶତ। ଏହା ତଳକୁ ରହିଛି ପୁରୀ ଏହାର ସଂକ୍ରମଣ ହାର ୧୪.୨ ପ୍ରତିଶତ ରହିଛି। ବୌଦ୍ଧରେ ୧୧.୬ ଏବଂ କେନ୍ଦୁଝର ଓ ଢେଙ୍କାନାଳରେ ସଂକ୍ରମଣ ହାର ୧୧.୫ ପ୍ରତିଶତ ଥିବା ବେଳେ ଖୋର୍ଦ୍ଧାରେ ରହିଛି ୧୧.୪ ପ୍ରତିଶତ । କଟକ ଓ ନୟାଗଡ଼ରେ ୧୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର ।

ଏହି ସବୁ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିବାରୁ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ତେବେ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ଗୋଟିଏ ପଟେ ଦୈନିକ ସଂକ୍ରମଣ କମିବାରେ ଲାଗିଛି, ଅନ୍ୟପଟେ ସୁସ୍ଥହାର ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସଂକ୍ରମଣ ହାର ୭.୨୦ ପ୍ରତିଶତକୁ ଖସି ଆସିଛି ।

ସେପଟେ ଦେଶରେ ଦ୍ରୁତ ଗତିରେ ବଢ଼ୁଛି ସୁସ୍ଥ ହାର, କମୁଛି ସଂକ୍ରମଣ ହାର। ଦେଶରେ ସଂକ୍ରମଣ ହାର ୪.୨୫ ପ୍ରତିଶତକୁ ହ୍ରାସ ପାଇଛି । ଲଗାତାର ଭାବେ ଷଷ୍ଠ ଦିନ ପାଇଁ  ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧ଲକ୍ଷ ତଳେ ରହିଛି। ଗତ ୨୪ ଘଣ୍ଟା‌ରେ ୮୦ ହଜାର ୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

Leave A Reply

Your email address will not be published.