ଦୈତ୍ୟ ନଗରୀରେ କୋଭିଡ୍ ନିୟମ ଉଲ୍ଲଂଘନ ଅଧିକ

କଟକ ଆଗରେ, ପରେ ଭୁବନେଶ୍ବର

0

ଭୁବନେଶ୍ବର,୨୬/୧୦: ଭୁବନେଶ୍ବର ଓ କଟକରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଧିକ ଦେଖିବାକୁ ମିଳୁଛି। ଏହି ଦୁଇ ସହରରେ ଲୋକଙ୍କୁ ବ୍ୟାପକ ସଚେତନ କରାଯାଉଥିଲେ ବି ଅମାନିଆଙ୍କ ସଂଖ୍ୟା କମୁ ନାହିଁ। ଗତ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ଭିତରେ ରାଜ୍ୟରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୬ କୋଟି ୨୬ ଲକ୍ଷ ୧୨ ହଜାର ୩୭୩ ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକରେ ସର୍ବାଧିକ ୧ କୋଟି ୫୯ ଲକ୍ଷ ୭୫ ହଜାର ୬୩୦ ଟଙ୍କା ଆଦାୟ ହୋଇଥିଲା ବେଳେ ଦ୍ବିତୀୟରେ ରହିଛି ଭୁବନେଶ୍ବର। ଏଠାରେ ୧ କୋଟି ୩୯ ଲକ୍ଷ ୯୨ ହଜାର ୨୦୦ ଟଙ୍କା ଜରିମାନା ବାବଦକୁ ଆଦାୟ ହୋଇଛି। ଦୁଇଟି ଜିଲ୍ଲାରେ ଏକ ଲକ୍ଷ ଟଙ୍କା ତଳକୁ ଜରିମାନା ଆଦାୟ ହୋଇଛି। ଏହି ଦୁଇଟି ଜିଲ୍ଲା ହେଲେ ବୌଦ୍ଧ( ୧୧ ହଜାର ଟଙ୍କା) ଓ ନୟାଗଡ଼(୫୮ ହଜାର ଟଙ୍କା)। ଗତ ବିଧ‌ାନସଭା ଅଧିବେଶନ ସମୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଥିଲେ।

Leave A Reply

Your email address will not be published.