ଭୁବନେଶ୍ବରର ୨୫ଟି ସ୍ଥାନରେ ହେବ କରୋନା ପରୀକ୍ଷା

ଭୁବନେଶ୍ବର, ୩।୭:  ପୁଣି ଚିନ୍ତା ବଢ଼ାଇଲାଣି କରୋନା।  ରାଜ୍ୟରେ କରୋନା  ସଂକ୍ରମଣ  ଯେଭଳି ହାରରେ   ବଢ଼ିଚାଲିଛି  ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ପିକ ଆଡକୁ ଯାଇପାରେ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ  ବିଏମସି ପକ୍ଷରୁ ଭୁବନେଶ୍ବରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏଥିସହ ମଲ୍‌ ଓ ଦୋକାନରେ ସାମାଜିକ ଦୂରତା  ରଖିବାକୁ ନିର୍ଦେଶ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ୨୫ଟି ସ୍ଥାନରେ କୋଭିଡ ଟେଷ୍ଟ କରାଯିବ। ସକାଳ ୯ରୁ  ୧୧.୩୦ ଏବଂ  ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ କୋଭିଡ ଟେଷ୍ଟ  କରାଯିବ। ଟ୍ବିଟ କରି  ବିଏମସି ଏହା ସୂଚନା ଦେଇଛି।

Comments are closed.