କୋଭୋଭାକ୍ସକୁ ମିଳିଲା ଜରୁରୀକାଳୀନ ବ୍ୟବହାରର ଅନୁମତି

0

ଜେନିଭା, ୧୭।୧୨ : ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦିତ କରୋନା ଟିକା କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୯ଟି ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ଦିଆଯାଇସାରିଲାଣି ଆମେରିକୀୟ ଫାର୍ମା କମ୍ପାନି ନୋଭାଭାକ୍ସ ଦ୍ବାରା ଏହି କରୋନା ଟିକା ପ୍ରସ୍ତୁତ ହୋଇଛିସେରମ ଇନଷ୍ଟିଚ୍ୟୁଟ୍ ଭାରତରେ ଏହାକୁ କୋଭୋଭାକ୍ସ ନାମରେ ଉତ୍ପାଦନ କରୁଛି ଏହା ମଧ୍ୟ ଅନ୍ତର୍ଜାତୀୟ ଟିକା ସହଯୋଗ ପ୍ଲାଟଫର୍ମ କୋଭାକ୍ସରେ ଅନ୍ତର୍ଭୁକ୍ତ ରହିଛି ।

ଏ ସଂପର୍କରେ ପ୍ରତିକ୍ରିୟା ରଖି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ବାଲା କହିଛନ୍ତି, ଏହା ଆମର କରୋନା ବିରୋଧୀ ଲଢେଇରେ ଆଉ ଏକ ମାଇଲଖୁଣ୍ଟ କୋଭୋଭାକ୍ସ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଜରୁରୀକାଳୀନ ଅନୁମତିପ୍ରାପ୍ତ । କରୋନା ଭୁତାଣୁ ବିରୋଧରେ ଏହା ଉତ୍ତମ ପ୍ରଭାବ ଓ ନିରାପତ୍ତା ଦେଖାଉଛି । ସେରମ ପକ୍ଷରୁ ଗତ ଜୁନ ୨୫ରେ କୋଭୋଭାକ୍ସର ପ୍ରଥମ ବ୍ୟାଚ ଉତ୍ପାଦନ ଆରମ୍ଭ କରାଯାଇଥିଲା ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ ଫାଇଜର, ଆଷ୍ଟ୍ରାଜେନିକା, ଜନସନ, ସୋନୋଭାକ୍, କୋଭାକ୍ସିନ, ସ୍ପୁଟନିକ ଆଦି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇସାରିଛି ।

Leave A Reply

Your email address will not be published.