୩% ବଢ଼ିଲା ମହଙ୍ଗା ଭତ୍ତା: ଉପକୃତ ହେବେ ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ

0

ଭୁବନେଶ୍ବର, ୩୧।୧୨: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ୩% ବଢ଼ିଛି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ବୃଦ୍ଧି ପାଇ ୩୧%ରେ ପହଞ୍ଚିଛି। କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଗତ ଜୁଲାଇ ମାସରୁ ପାଇବେ। ପେନ୍‌ସନ୍‌ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା। ଏହା ଦ୍ୱାରା ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ।

ଏହା ସହିତ ସପ୍ତମ ବେତନ କମିସନ ବାବଦ ୩୦% ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ସୂଚନାଯୋଗ୍ୟ, କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦% ପାଇସାରିଛନ୍ତି।

Leave A Reply

Your email address will not be published.