ଦୟାଲ ଆଶ୍ରମକୁ ସିଲ୍ କ୍ରାଇମବ୍ରାଞ୍ଚ

0

ଭୁବନେଶ୍ବର, ୨୭।୩: ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣାରେ ରବିବାର ଦୟାଳ ଆଶ୍ରମକୁ କ୍ରାଇମବ୍ରାଞ୍ଚ ଟିମ୍ ସିଲ କରିଛି। ଏଥିସହ ଆଶ୍ରମ ଘର ଭିତରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର କ୍ରାଇମବ୍ରାଞ୍ଚ ସିଲ୍‌ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ  କରିବାକୁ କ୍ରାଇମବ୍ରାଞ୍ଚକୁ  ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ଏହି ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର ୨ଟି ଟେକ୍ନିକାଲ ଟିମ୍‌ ତଦନ୍ତ ପାଇଁ ଗଠନ କରାଯାଇଛି ଡିଏସ୍‌ପିଙ୍କ ତତ୍ତ୍ବାବଧାନରେ ଟିମ୍‌ ଗଠନ ହୋଇଛି

ଗତ ଫେବୃୟାରୀ ୭ ତାରିଖରେ ମାନସ ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଳାଶପୁର ଗାଁରୁ ଭୁବନେଶ୍ବର ଫେରୁଥିଲେ। ଏହି ସମୟରେ ମାନସଙ୍କୁ ଅପହରଣ କରି ନେଇ ହତ୍ୟା କରି ନୟାଗ ଜିଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟରା ପାହଡ ନିକଟରୁ ମାଟି ତଳେ ମୃତଦେହ ପୋତି ଦେଇଥିଲେ। ତେବେ ମାନସ ନିଖୋଜ ନେଇ ଚାନ୍ଦାବାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ମାଟି ତଳୁ ମୃତଦେହ ବାହାର କରିଥିଲା। ଏକ ମୋମୋରି ଚିପକୁ ନେଇ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ପ୍ରାଥିମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଓଆଇଏସ୍‌ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି। ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର୍‌ କୁହାଯାଇଥିବା ଓ୍ବେବ୍ ପୋର୍ଟାଲ ମାଲକାରୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏପରିକି କ୍ରାଇମବ୍ରାଞ୍ଚ ଗୋଟିଏ ଟିମ୍ ରାଜ୍ୟ ବାହାରେ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ଡେରା ପକାଇଛି।

Leave A Reply

Your email address will not be published.