ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର; ଚିକିତ୍ସାଧିନ ଅବସ୍ଥାରେ ବୁଧବାର ହୋଇଥିଲା ଦେହାନ୍ତ

0

ଭୁବନେଶ୍ବର, ୨/୩: ଭୁବନେଶ୍ୱରରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ପହଞ୍ଚିଛି। ଭୁବନେଶ୍ବରରେ ପହଞ୍ଚିବା ପରେ କିମ୍ସ ଶବଗୃହକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯିବ। ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ବାସଭବନରେ ରହିବ। ତେବେ ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ହେବା ନେଇ ସୂଚନା ମିଳୁଛି। ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସପିଟାଲରେ ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ହୋଇଥିଲା ପିଣ୍ଟୁ ନନ୍ଦ ଗୁରୁତର ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମ ଦିଲ୍ଲୀ ଏବଂ ପରେ ହାଇଦ୍ରାବାଦ ସ୍ଥାନାନ୍ତରଣ ହୋଇଥିଲେ। କିନ୍ତୁ ଡାକ୍ତରଙ୍କ ଶତ ପ୍ରଚେଷ୍ଟା ସତ୍ତ୍ବେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଛି। ମୃତ୍ୟୁ ପରେ ହସ୍‌ପିଟାଲ୍‌ରେ ସବୁ କାଗଜପତ୍ର କାମ ସାରି ପିଣ୍ଟୁଙ୍କ ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମରଶୀରର ପହଞ୍ଚିଥିଲା। ପିଣ୍ଟୁଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦର ବାହାରେ ବହୁ ସଂଖ୍ୟାରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଅପେକ୍ଷା କରି ରହିଥିଲେ। ପରିବେଶ ଶୋକାକୁଳ ହୋଇ ଯାଇଥିଲା। ଏହାପରେ ଆମ୍ବୁଲାନ୍ସ ଯୋଗେ ପିଣ୍ଟୁଙ୍କ ମରଶରୀରକୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଛି। ସେଠାରେ ଆଜି ରାତିରେ ପିଣ୍ଟୁ ମୃତଦେହକୁ ରଖାଯିବ। ଆସନ୍ତାକାଲି ସକାଳେ ମୃତଦେହକୁ ଭୁବନେଶ୍ୱରର କଳାରାହାଙ୍ଗ ସ୍ଥିତ ପିଣ୍ଟୁଙ୍କ ବାସଭବନକୁ ନିଆଯିବ। ସେଠାରେ ତାଙ୍କର ସଂପର୍କୀୟମାନଙ୍କ ଶେଷ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର ନେଇ ଓ ପିଣ୍ଟୁଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ପ୍ରଥମେ ଏକ ଘରୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବ୍ରୁଆରି ୭ ତାରିଖରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇନ୍ସ (ଆଇଏଲବିଏସ୍)କୁ ନିଆଯାଇଥିଲା। କିନ୍ତୁ ସେଠାରେ ଲିଭର ଦାତା ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା। ଓଲିଉଡ୍ ର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ବି ମିଳିଥିବା ସହାୟତା ରାଶି ପର୍ଯ୍ୟାପ୍ତ ନଥିଲା।

ଆଲବମରୁ ଫିଲ୍ମ, କମେଡି, ଭିଲେନ ଏମିତିକି ଅନେକ ପାର୍ଶ୍ବ ଅଭିନେତା ଭୁମିକା ସହିତ ଅଭିନୟର ସବୁ ଚରିତ୍ରରେ ଦର୍ଶକଙ୍କ ହୃଦୟରେ ପିଣ୍ଟୁ ଛାଡ଼ିଛନ୍ତି ଏକ ସ୍ୱତନ୍ତ୍ର ଛାପ। ପ୍ରଶଂସକଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାରପାଇଁ ଯଦିଓ ଅଗଣିତ ପ୍ରଶଂସକ ପ୍ରାର୍ଥନା କରିଥିଲେ, କିନ୍ତୁ ଦଇବର ନିଷ୍ଠୁର ବିଚାର ଆଜି ତାଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ହେଲେ ୨୫ ବର୍ଷ ଧରି ମନୋରଞ୍ଜନ କରି ଆସୁଥିବା ପିଂଟୁ, ଦର୍ଶକଙ୍କ ହୃଦୟରେ ସେମିତି ବଂଚିରହିବେ ।

 

Leave A Reply

Your email address will not be published.