ଦେବାଶିଷ, ଶୁଭାଶିଷ ଓ ଅଶ୍ବିନୀ ନିଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

0

ଭୁବନେଶ୍ବର, ୨୦/୨: ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଦେବାଶିଷ ସାମନ୍ତରାୟ, ଶୁଭାଷିଶ ଖୁଣ୍ଟିଆ ଓ ଅଶ୍ବିନୀ ବୈଷ୍ଣବ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ରିଟର୍ଣ୍ଣିଂ ଅଫିସର ଆଜି ସମସ୍ତ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ସାର୍ଟିଫିକେଟ ଦେବେ। ଓଡ଼ିଶାରୁ ତିନୋଟି ରାଜ୍ୟସଭା ଆସନ ଖାଲି ଥିବା ବେଳେ ତିନି ପ୍ରାର୍ଥୀଙ୍କ ଛଡା ଅନ୍ୟକୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଷିଶ ଖୁଣ୍ଟିଆ ନାମାଙ୍କନ ଦାଖଲ କରିଥିବା ବେଳେ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଥିଲେ। ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଥିଲା। ରାଜ୍ୟସଭାକୁ ନିର୍ବାଚିତ ହେଲା ପରେ  ଖୁବଶୀଘ୍ର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ସହିତ ଅଶ୍ବିନୀ ବୈଷ୍ଣବ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.