ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

କୋରାପୁଟ, ୨୦/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଅନଲାଇନ୍ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ସମେତ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ନରସିଂହ ଚରଣ ପଣ୍ଡା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଜମ୍ମୁରେ ସେ ଉପସ୍ଥିତ ଥିବା ବେଳେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମଗ୍ର ଭାରତ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ଼ରେ ଦେଖିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ଅଭିନନ୍ଦନ ଜଣାଇବା ସହ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଅମୃତକାଳ ସମୟରେ ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ଅଧିକ ସଫଳତା ହାସଲ କରିବ ବୋଲି ସେ କହିଥିଲେ। ଯଦି ଛାତ୍ରମାନେ କର୍ମରେ ବିଶ୍ୱାସ କରନ୍ତି ତେବେ ସେମାନେ ସଫଳତା ହାସଲ କରିପାରିବେ ଯାହା ପାଇଁ ଭକ୍ତି ର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧ୍ୟୟନ ପାଇଁ ଏକାଗ୍ରତା ରହିବା ଦରକାର। ଭକ୍ତି ହାସଲ ହେଲେ ଶିକ୍ଷା କ୍ଷେତ୍ରରେ ଭାରତ ନିଜର ଗୌରବ ଫେରିପାଇବ ଏବଂ ନାଳନ୍ଦା, ତକ୍ଷଶିଳା ଓ ଅନ୍ୟାନ୍ୟ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଭଳି ନୂତନ ଉଚ୍ଚ ସୋପାନରେ ପହଞ୍ଚିବ ବୋଲି ସେ କହିଥିଲେ। ଏନଇପି-୨୦୨୦ର ଲକ୍ଷ୍ୟ ହେଉଛି ଶିକ୍ଷାକ୍ଷେତ୍ରରେ ଭାରତୀୟ ନୀତି ହାସଲ କରିବା । ଶିକ୍ଷା ମାଧ୍ୟମରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.