ଦିଲ୍ଲୀ ପୁଲିସର ଏନ୍‌କାଉଣ୍ଟର୍‌: ଗିରଫ୍ ହେଲେ ୫ ସନ୍ଦିଗ୍ଧ ଆତଙ୍କବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଶକରପୁରରେ ଆତଙ୍କବାଦୀଙ୍କ ସହିତ ପୁଲିସର ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ସନ୍ଦିଗ୍ଧଙ୍କ ଭିତରୁ ୨ ଜଣ ପଞ୍ଜାବ ଓ ୩ ଜଣ କଶ୍ମୀରର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଜମ୍ମୁ-କଶ୍ମୀରର ନମ୍ବର ଥିବା କାର୍ ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସେଲ୍‌ ପକ୍ଷରୁ କୁହାଯାଇଛି ନାର୍କୋ ଟେରୋରିଜିମ୍‌ ପାଇଁ ଆଇଏସ୍‌ଆଇ ଏମାନଙ୍କୁ ସହାୟତା କରୁଥିଲା। ତେବେ ଏହି ସଂଗଠନର ନାମ ଜଣାପଡ଼ିନାହିଁ। ଡିସିପି ସ୍ପେଶାଲ ସେଲ୍ ପ୍ରମୋଦ କୁଶୱାହ ଏନେଇ ସୂଚନା ଦେଇଛନ୍ତି।

 

Comments are closed.