ଭୁବନେଶ୍ବର, ୧/୭: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୧ରୁ ଟେଷ୍ଟିଂ ଅଧିକ ହେଉଉଥିବା ହେତୁ ଡେଙ୍ଗୁ ରୋଗୀ ସଂଖ୍ୟା କମୁଛି। ତେବେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁର ପ୍ରଭାବ ଅଧିକ ଥିବାରୁ ସଚେତନ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି,ରାଜ୍ୟରେ ଜୁନ ୩୦ ତାରିଖ ସୁଦ୍ଧା ୧୦ ହଜାର ୭୦୦ ଟେଷ୍ଟ ହୋଇଛି। ସେଥିରୁ ମାତ୍ର ୧୭୫ ଜଣ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ସମାନ ସମୟରେ ଟେଷ୍ଟ ହୋଇଥିଲା କିନ୍ତୁ ୩୦୦ ରୋଗୀ ଚି଼ହ୍ନଟ ହୋଇଥିଲେ, କିନ୍ତୁ ଚଳିତବର୍ଷ ଦୁଇଗୁଣା ଅଧିକ ଟେଷ୍ଟ ହୋଇଥିଲେ ସୁଦ୍ଧା ରୋଗୀ ସଂଖ୍ୟା କମିଛି। ଏଥିରୁ ସ୍ପଷ୍ଟ ଡିପିଆର କମିଛି। ୨୦୨୧ରେ ୪୨,୬୦୦ ଟେଷ୍ଟ ରୁ ୭,୫୦୦ ରୋଗୀ ଚି଼ହ୍ନଟ ହୋଇଥିଲେ। ଏଣେ ୨୦୨୨ରେ ୫୪ ହଜାର ଟେଷ୍ଟରୁ ୭,୦୦୦ ରୋଗୀ ଚି଼ହ୍ନଟ ହୋଇଥିଲେ। ୨୦୨୨ରୁ ୨୦୨୩ ମସିହା ଭିତରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି। ଦୁଇ ଗୁଣା ଅଧିକ ଟେଷ୍ଟ ହେଉଥିବା ବେଳେ ରୋଗୀ ସଂଖ୍ୟା କମୁଛି। ରାଜ୍ୟରେ କମୁଛି, କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱରରେ ରୋଗୀ ସଂଖ୍ୟା ଅଧିକ ରହୁଛି। ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ସହ ବୈଠକ କରିଛନ୍ତି। ଜିଲ୍ଲାପାଳମାନଙ୍କୁ ଏବଂ ମୁନିସିପାଲ କର୍ପୋରେସନର ଅଧିକାରୀମାନଙ୍କୁ ଏସଓପି ମଧ୍ୟ ପଠାଯାଇଛି। ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ସହ ମଧ୍ୟ ବୈଠକ ହୋଇଛି, ଡେଙ୍ଗୁ କିଭଳି କମିବ ସେନେଇ କାର୍ଯ୍ୟକ୍ରମମାନ ଚାଲିଛି।