ଆସନ୍ତା ୧୦ରୁ ଝାରସୁଗୁଡାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ୍
ଝାରସୁଗୁଡା, ୦୧/୦୭: ଆସନ୍ତା ୧୦ ତାରିଖରୁ ଝାରସୁଗୁଡାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ। ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବାଙ୍ଗାଲୋର ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସଜେଟ। ଏନେଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୪ଟି ସ୍ଥାନକୁ ବିମାନସେବା ଯୋଗାଇବାକୁ ସ୍ପାଇସଜେଟକୁ ପ୍ରସ୍ତାବ ଦିଆଯାଇଥିଲା। ବିମାନ ବନ୍ଦର କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିଛନ୍ତି। ଏନେଇ ଜିଲ୍ଲାବାସୀ ଖୁସି ପ୍ରକାଶ କରିଛନ୍ତି।