ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

0

ଭୁବନେଶ୍ୱର,୨୨/୦୪ : ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଲାଣି ବିଜେଡି। ଶନିବାରଠାରୁ ବିଜେଡି ଆରମ୍ଭ କରୁଛି ତିନିଦିନିଆ ମାନସ ମନ୍ଥନ‌ ବୈଠକ। ପଞ୍ଚାୟତ ନିର୍ବାଚନର ବହୁ ପୂର୍ବରୁ ବିଜେଡିର କିଛି ବରିଷ୍ଠ ନେତା ତଥା ବିଧାୟକଙ୍କୁ ବିଭିନ୍ନ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନାରେ ଏହି ପର୍ଯ୍ୟବେକ୍ଷକମାନେ ଗୁରୁଦାୟିତ୍ୱ ତୁଲାଇଥିଲେ।

ଶନିବାର ୧୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ବୈଠକକୁ ଡାକିଛନ୍ତି ବିଜେଡି ସଭାପତି ସେମାନେ ଦାୟିତ୍ୱରେ ଥିବା ଜିଲ୍ଲାରେ ଦଳର ପ୍ରଦର୍ଶନ ଉପରେ ସମୀକ୍ଷା ହେବ ପର୍ଯ୍ୟବେକ୍ଷକମାନେ କେଉଁଠି ଭୁଲ୍‌ ରହିଲା ରିପୋର୍ଟ ଦେବେ ୨୪ ତାରିଖରେ ଆଉ ୧୦ଟି ଓ ୨୫ରେ ବାକି ଜିଲ୍ଲାର ପର୍ଯ୍ୟବେକ୍ଷକ ଏହି ମାନସ ମନ୍ଥନରେ ଯୋଗ ଦେବେ ୩ ଦିନ ଧରି ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ ବସିବନବୀନ ନିବାସରେ ହେବ ଏହି ବୈଠକ ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ ଡାକିଛନ୍ତି

୩୩ଟି ଯାକ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ ପ୍ରତି ଜିଲ୍ଲାର ସ୍ଥିତି ଓ କାର୍ଯ୍ୟକ୍ରମ ବାବଦରେ ବୁଝିବେ ପୌର ଓ ପଞ୍ଚାୟତ ନିର୍ବାଚନ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେଆଗାମୀ କାର୍ଯ୍ୟପନ୍ଥା ନେଇ ଗୁରୁମନ୍ତ୍ର ଦେବେ ନବୀନ ବୈଠକର ଫୋକସ୍‌ରେ ରହିବ ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନାତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟ ସହ ଲୋକଙ୍କ ନିକଟତର ହେବାକୁ ମନ୍ତ୍ର ଦେବେ ନବୀନ

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେଡିର କିଛି ମନ୍ତ୍ରୀ ଓ ବିଧାୟକ ନିଜ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ବିଫଳ ହୋଇଛନ୍ତି କାକଟପୁର, ବାଲେଶ୍ୱର ଜିଲ୍ଲା ସିମୁଳିଆ, ଟିଟିଲାଗଡ଼, କଳାହାଣ୍ଡି ଜିଲ୍ଲା ଜୁନାଗଡ଼, କୋଟପାଡ଼, ଦିଗପହଣ୍ଡି, ଢେଙ୍କାନାଳ, ଖଣ୍ଡପଡ଼ା, ଦଶପଲ୍ଲା, ଫୁଲବାଣୀ, ନବରଙ୍ଗପୁର, ସୋର, ଧର୍ମଗଡ଼, ବାଲିମେଳା, ପୁରୁଷୋତ୍ତମପୁର, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ, ଜଗତସିଂହପୁର, ଛତ୍ରପୁର, ରମ୍ଭା, ଗଂଜାମ, ଭଦ୍ରକ, ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ବିଜେଡି ପ୍ରଦର୍ଶନ ଭଲ ନାହିଁ ଏସବୁ ସ୍ଥାନରେ ବିଧାୟକ ଓ ମନ୍ତ୍ରୀଙ୍କ ପ୍ରଦର୍ଶନ କାହିଁକି ଖରାପ ହେଲା ସେ ନେଇ ଉତ୍ତର ରଖିବେ ଦଳୀୟ ପର୍ଯ୍ୟବେକ୍ଷକ ପରେ ଦୁର୍ବଳ ପ୍ରଦର୍ଶନ ଜିଲ୍ଲାରେ ସଂଗଠନ ବଦଳିପାରେ । ଟାଣୁଆ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ମିଳିପାରେ ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଏହି ସମୀକ୍ଷା ବୈଠକର ନିର୍ଯ୍ୟାସ ମାପକାଠି ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.