ରବିବାର କୋରାପୁଟ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ,୧୭/୧୨: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ଆସିବେ। ଏନେଇ ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ହୀରାଖଣ୍ଡ ଟ୍ରେନ୍‌ରେ ସେ ଭୁବନେଶ୍ୱରରୁ କୋରାପୁଟ ଷ୍ଟେସନରେ ରବିବାର ସକାଳ ୮ଟାରେ ପହଞ୍ଚିବେ। ଦଳୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରି ଏକ ବାଇକ୍‌ ଶୋଭାଯାତ୍ରାରେ ରେଳ ଷ୍ଟେସନରୁ ସର୍କିଟ ହାଉସ ପର୍ଯ୍ୟନ୍ତ ପାଛୋଟି ନେବେ। ସର୍କିଟ ହାଉସରେ ଦଳୀୟ ପଦାଧିକାରୀ ଓ କର୍ମୀଙ୍କ ସହ ଆଲୋଚନା ପରେ ବରଙ୍ଗପୁର ଗସ୍ତ କରିବେ। ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ପରେ ମହିମାଧର୍ମର ସାଧୁସନ୍ଥଙ୍କ ସହ ଆଲୋଚନା କରିବେ। ଶେଷରେ ଜିଲ୍ଲା ପ୍ରଶାସନ ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Comments are closed.