ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାର ତଦନ୍ତ ସମ୍ପର୍କିତ ରିପୋର୍ଟକୁ ଡିଜିଟାଇଜେସନରେ ଓଡ଼ିଶା ପୁଲିସ ପ୍ରଥମ

0

କଟକ, ୨୪୮: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ତଦନ୍ତ ସମ୍ପର୍କିତ ଅନ୍ୟାନ୍ୟ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ଲାଗି ଟେକ୍ନୋଲୋଜିର ବ୍ୟବହାରକୁ ଓଡ଼ିଶା ପୁଲିସ୍‌ ଗୁରୁତ୍ୱ ଦେଇଛିବିଶେଷକରି ସମ୍ବେଦନଶୀଳ ମାମଲା ଯଥା ହତ୍ୟାକାଣ୍ଡ, ଡକାୟତି, ଏସ୍‌ସି/ଏସ୍‌ଟି ଓ ପୋସ୍କୋ ଆକ୍ଟ ଜନିତ ସ୍ୱତନ୍ତ୍ର ମାମଲାଗୁଡ଼ିକର ଟିକିନିଖି ତଦନ୍ତ, ସୁପରଭାଇଜ୍‌ ନୋଟ୍‌, ସମସ୍ତ ରିପୋର୍ଟ ସମେତ ତଥ୍ୟ ପ୍ରମାଣ ଆଦି ଦସ୍ତାବିଜ୍‌ ଡିଜିଟାଇଜେସନ୍‌ କରାଯିବା ସହ ସିସିଟିଏନ୍‌ଏସ୍‌ (କ୍ରାଇମ୍‌ ଆଣ୍ଡ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ୍‌) ବ୍ୟବସ୍ଥାରେ ଅପଲୋଡ୍‌ କରାଯାଉଛି

ସେହିପରି ଏହି ରିପୋର୍ଟଗୁଡ଼ିକ ଜିଲ୍ଲାସ୍ତରରେ ଏସ୍‌ପି, ରେଞ୍ଜ ସ୍ତରରେ ଡିଆଇଜି, ଆଇଜି, କ୍ରାଇମବ୍ରାଞ୍ଚ ଏଚ୍‌ଆରପିସି ବରିଷ୍ଠ ଅଧିକାରୀମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରହୁଛି ଫଳରେ ସମ୍ବେଦନଶୀଳ ସ୍ୱତନ୍ତ୍ର ମାମଲାଗୁଡ଼ିକ ପରିଚାଳନାରେ ବହୁ ସୁଧାର ଆସିପାରିଛି ବୋଲି ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ମିଳିଛି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ସମ୍ପର୍କିତ ସମସ୍ତ ସୂଚନା ଓ ରେକର୍ଡପତ୍ର ଡିଜିଟାଇଜ୍‌ କରିବା ଏବଂ ସିସିଟିଏନ୍‌ଏସ୍‌ରେ ଅନ୍ତର୍ଭୁକ୍ତ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.