କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ, ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ, ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି। ଏଥିରେ ପ୍ରଦୀପ ପ୍ରଜ୍ଵଂଲନ କରି ଅତିଥିମାନେ ଆନୁଷ୍ଠାନିକ ଭାବେ ଉତ୍ସବ ଉଦ୍ଘାଟନ କରିଥିଲେ । ପ୍ରଥମେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇ , ପାଣିପଞ୍ଚାୟତ ପକ୍ଷ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପାଠ କରାଯାଇଥିଲା । ପରେ ଚାଷୀ ମାନଙ୍କୁ ଶପଥ ପାଠ କରାଯାଇ ଥିଲା।ଏଥିରେ ଅନୁଗୋଳ କ୍ଷୁଦ୍ର ଜଳସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଁ ଶ୍ରୀ ବସନ୍ତ କୁମାର ରଥ ସଭାପତି, ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଚାଷୀମାନଙ୍କୁ ତାଙ୍କ ତରଫରୁ କିପରି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ତା ଉପରେ ଆଲୋକ ପାତ କରିଥିଲେ, ଶ୍ରୀଯୁକ୍ତ ରବିଶଙ୍କର ଦାସ ମୁଖ୍ୟବକ୍ତା ଭାବେ ନିମନ୍ତ୍ରିତ ହୋଇ ଥିଲେ। ପାଣିପଞ୍ଚାୟତ ର ଉପକାରିତା ବିଷୟରେ ଚାଷୀ ମାନଙ୍କୁ ସୂଚନା ଦେଇଥିଲେ।

ଗତ ୧୦-୦୧-୨୪ ରେ ଅନୁଗୋଳ କ୍ଷୁଦ୍ର ଜଳସେଚନ ବିଭାଜନ ତରଫରୁ ଛେଣ୍ଡିପଦା ନିଶା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକ ଛାତ୍ରଛାତ୍ରୀ ଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ର କୃତି ଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଆକାଉଣ୍ଟଣ୍ଟେଟ  ଶ୍ରୀ  ଚିକୁନ୍ ବିଶ୍ଵାଳ ଓ ତାଳଚେର ମାଇନର ଇରିଗେସନ ଆସିଷ୍ଟାଣ୍ଟ ଏକଜ଼କ୍ୟୁଟିଭ ଇଞ୍ଜିନିଅର   ଶ୍ରୀ ତ୍ରିପୁରାରି ନାୟକ ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ପାଣିପଞ୍ଚାୟତ ଆବଶ୍ୟକତା ଓ କାର୍ଯ୍ୟ କରିତା ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ । ସଭା ପରିଚାଳନା ଅନୁଗୁଳ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମୃତ୍ୟୁଞ୍ଜୟ ଶତପଥୀ କରିଥିଲେ ଓ ତାଙ୍କୁ ପରିଚାଳନା ରେ ଇଞ୍ଜିନିୟର ସନ୍ତୋଷ ବିଶ୍ଵାଳ ,ଈଂ ସ୍ନିଗ୍ଧା ବେଉରିଆ ଓ ଇଞ୍ଜିନିୟର ମଦlମଣୀ ମାରାଣ୍ଡି ସହାୟତା କରିଥିଲେ।

Comments are closed.