ରାଜଧାନୀରେ ମଶା ମାରିବାକୁ ଉଡୁଛି ଡ୍ରୋନ୍

0

ଭୁବନେଶ୍ୱର, ୧୮।୧୨: ଅତିଷ୍ଟ କଲେଣି ମଶା। ଘରେ ହେଉ କି ବାହାରେ, ଦିନ ହେଉ ବା ରାତି ମଶାଙ୍କ ଦାଉରୁ କେଉଁଠି ବି ରକ୍ଷା ନାହିଁ। ମଶାଙ୍କ ପ୍ରାଦୁର୍ଭାବ ନେଇ ଅତିଷ୍ଠ ହୋଇପଡ଼ିଲେଣି ଦ୍ବୈତନଗରୀ ବାସିନ୍ଦା। ତେବେ ଡେରିରେ ହେଉ ପଛେ ଚେତିଛି ବିଏମସି। ସରଳ ଉପାୟ ଛାଡି ଏବେ ବ୍ୟୟ ବହୁଳ ଉପଚାର ଆରମ୍ଭ କରିଛି। କୋଲକାତା ମଡେଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମଶା ଦମନ ପ୍ରକ୍ରିୟା। ଡ୍ରୋନ୍ ପଦ୍ଧତିରେ ମଶାଙ୍କ ଉତ୍ପତିସ୍ଥଳ ଚିହ୍ନଟ ସହ ଡ୍ରୋନରେ ମଶା ବଂଶ ନାଶ ପାଇଁ କୀଟନାଶକ ସ୍ପ୍ରେ କରାଯାଉଛି।

୭ ଦିନ ମଧ୍ୟରେ ରାଜଧାନୀରେ ମଶାଙ୍କ ପ୍ରାଦୃର୍ଭାବ କମାଇବା ଲକ୍ଷ୍ୟରେ ରହିଛି ବିଏମସି। ପ୍ରଥମେ ଟ୍ରାଏଲ ନିଳାଦ୍ରୀ ବିହାର ଅଞ୍ଚଳରୁ ଆରମ୍ଭ ହୋଇଛି। ଦୈନିକ ୧୦ଟି ସ୍ଥାନରେ ପ୍ରାୟ ୧୦୦ ଲିଟର କୀଟନାଶକ ସ୍ପ୍ରେ ପାଇଁ ଯୋଜନା ହୋଇଛି। ସେପଟେ ସୋମବାରଠାରୁ ଓ୍ୱାର୍ଡ ଓ୍ୱାରୀ ୩୦ ଜଣ ସଫେଇ କର୍ମକାରୀ ଏକା ସମୟରେ ନାଳ ନର୍ଦ୍ଦମାରେ ମଶା ତେଲ ପକାଇବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ରାଜଧାନୀରେ ବୁଲି ବୁଲି ମଶା ଧୁଆଁ ଦେବା ପାଇଁ ପୂର୍ବରୁ ୨ଟି ଗାଡି ଥିବା ବେଳେ ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି କରାଯାଇଛି। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.