ହାଇକୋର୍ଟରେ ଇ-ଫାଇଲିଂ ସେଣ୍ଟର ଶୁଭାରମ୍ଭ

ଏବେ ପେପର୍‌ଲେସ୍‌ କାମ

0

ଭୁବନେଶ୍ବର, ୧୧।୯: ଓଡ଼ିଶାର ଆଡ୍‌ଭୋକେଟ୍ ଓ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ଇ-ସେବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଉଦ୍‌ଘାଟିତ ହୋଇଥିବା ଇ-ସେବା କାର୍ଯ୍ୟ ମଧ୍ୟରେ ଅଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ର ଓକିଲମାନଙ୍କ ପାଇଁ ଇ-ଫାଇଲିଂ ଷ୍ଟେସନ୍/ଓଡ଼ିଶା ହାଇକୋର୍ଟ ରେକର୍ଡ ରୁମ୍ ଡିଜିଟାଇଜେସନ୍ କେନ୍ଦ୍ର/ଓଡ଼ିଶା ହାଇକୋର୍ଟରେ ପେପରଲେସ୍ ବେଞ୍ଚ ପ୍ରତିଷ୍ଠା/ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟକ୍ରମକୁ କରାଯିବା ପାଇଁ ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମି, କଟକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ/କଟକ ଜିଲ୍ଲା ବାର୍ ଆସୋସିଏସନ୍ର ଓକିଲମାନଙ୍କର ଜିଲ୍ଲା କୋର୍ଟର ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଅନ୍ୟାନ୍ୟ ଇ-ସେବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ଜଷ୍ଟିସ୍ ସଂଜୟ କୁମାର ମିଶ୍ର, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ୍ ସଂଗ୍ରାମ କୁମାର ସାହୁ, ଜଷ୍ଟିସ ବି.ଆର୍. ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାଶ, ଜଷ୍ଟିସ୍ ଏସ୍. ପୂଜାହାରୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ୍ କେ. ଆର୍. ମହାପାତ୍ର, ଜଷ୍ଟିସ ବି.ପି. ରାଉତରାଏ, ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥୋ ଓ ଓଡ଼ିଶାର ଆଡ୍‌ଭୋକେଟ୍ ଜେନେରାଲ୍ ଏ.କେ. ପରିଜା, ହାଇକୋର୍ଟ ବାର ଆସୋସିଏସନ୍ର ସଭାପତି ଜଗବନ୍ଧୁ ସାହୁ ଯୋଗ ଦାନ କରିଥିଲେ।

Leave A Reply

Your email address will not be published.