ସିସୋଦିଆଙ୍କ ନାମରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି

0

ନୂଆଦିଲ୍ଲୀ, ୨୩।୮: ନୂଆ ଅବକାରୀ ନୀତି ଯୋଗୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅବକାରୀ ନୀତିରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରି ସିସୋଦିଆଙ୍କ ଘରେ ରେଡ୍‌ କରିସାରିଛି। ଏବେ ଏହି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି)।

ପୂର୍ବରୁ ଇଡି ମାମଲା ରୁଜୁ କରିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାମଲା ରୁଜୁ ହୋଇଥିବାରୁ ଇଡି ଖୁବଶୀଘ୍ର ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରିପାରେ। ସେହିପରି ନୂଆ ଅବକାରୀ ନୀତି ସହ ଜଡ଼ିତ ଅଧିକାରୀମାନେ ମଧ୍ୟ ଇଡି ସ୍କାନରରେ ରହିଛନ୍ତି। ତେଣୁ ସିବିଆଇ ଭଳି ଇଡି ମଧ୍ୟ ସିସୋଦିଆଙ୍କୁ ଘାଣ୍ଟିବ।

ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବାର ୮ ମାସ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଏହି ନୀତି ଦ୍ୱାରା ପ୍ରାୟ ୧୪୪ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଗତ ସପ୍ତାହରେ ସିବିଆଇ ସିସୋଦିଆଙ୍କ ସମେତ ଘଟଣାର ବାକି ୧୪ ଜଣ ଅଭିଯୁକ୍ତଙ୍କ ୩୧ଟି ସ୍ଥାନରେ ରେଡ୍‌ କରିଥିଲା।

ଦୀର୍ଘ ୧୫ ଘଣ୍ଟା ଧରି ସିବିଆଇ ରେଡ୍‌ କରିଥିଲେ ମଧ୍ୟ କ’ଣ ସବୁ ତଥ୍ୟ ପାଇଥିଲା, ସେକଥା ଏଯାଏ ସାର୍ବଜନୀନ କରାଯାଇ ନାହିଁ। ସେହିପରି ସିବିଆଇ ରେଡ୍‌ ପରେ ଇଡି ମଧ୍ୟ ଆକ୍ସନ ମୋଡକୁ ଆସିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଥିଲେ। ସତକୁ ସତ ଏବେ ଇଡି ମଧ୍ୟ ମାମଲା ରୁଜୁ କୀରି ଯାଞ୍ଚ ଆରମ୍ଭ କରିଛି।

Leave A Reply

Your email address will not be published.