ଯୁକ୍ତ ୨ରେ ଏଥର ମଧ୍ୟ ହେବ ତ୍ରୈମାସିକ ପରୀକ୍ଷା

0

ଭୁବନେଶ୍ବର, ୨୩।୮: ଯୁକ୍ତ ୨ରେ ଏଥର ମଧ୍ୟ ହେବ ତ୍ରୈମାସିକ ପରୀକ୍ଷା। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷଙ୍କୁ ଚିଠି ଅବଗତ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ୨୦୨୨-୨୩ ଶିକ୍ଷା ବର୍ଷରେ ତ୍ରୈମାସିକ ପରୀକ୍ଷା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ନେଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସେପ୍ଟେମ୍ବର ୨ୟ କିମ୍ବା ୩ୟ ସପ୍ତାହରେ ଦ୍ୱାଦଶ ଶ୍ରେଣୀ ପ୍ରଥମ ତ୍ରୈମାସିକ ପରୀକ୍ଷା ହେବ। ନଭେମ୍ବରରେ ଦ୍ୱିତୀୟ ଓ ଜାନୁଆରୀରେ ତୃତୀୟ ତ୍ରୈମାସିକ ପରୀକ୍ଷା ହେବ। ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷାସୂଚୀ ପରେ ପ୍ରକାଶ ପାଇବ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଚିଠି ପରେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜୁନ ୧୮ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତ୍ରୈମାସିକ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା। ଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ଥିଲେ। ଏ ନେଇ ଛାତ୍ରଛାତ୍ରୀମାନଙ୍କ ଅସନ୍ତୋଷ କ୍ରମେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତ୍ରୈମାସିକ ପରୀକ୍ଷା କରାଯିବ ବୋଲି ସ୍ପଷ୍ଟ କରିଛି। ଏଥିରେ ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ   ପରୀକ୍ଷା ହେବ। ଖୁବ୍ ଶୀଘ୍ର ସିଏଚ୍‌ଏସ୍‌ଇ ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷାସୂଚୀ ତାରିଖ ଘୋଷଣା କରିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.