ପଞ୍ଚାୟତ ନିର୍ବାଚନ ପାର୍ଥୀଙ୍କ ବଢ଼ିଲା ଖର୍ଚ୍ଚ ସୀମା

0

ଭୁବନେଶ୍ବର, ୧୫।୧୧: ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ଖର୍ଚ୍ଚ ସୀମା। ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ। ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ପ୍ରାର୍ଥୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ପ୍ରଚାର ପାଇଁ ପ୍ରାର୍ଥୀଙ୍କ ଯାନବାହନ ବ୍ୟବହାର ଉପରେ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି।  ୫ଟି କାର ଓ ୧୦ଟି  ବାଇକ ଜିଲ୍ଲା ପରିଷଦ ସଦସ୍ୟ ବ୍ୟବହାର କରିପାରିବେ। ସେହିପରି ପଞ୍ଚାୟତ ସମିତି ସଦସ୍ୟ ୨ଟି ଜିପ କିମ୍ବା କାର ଓ ୫ଟି ମୋଟର ସାଇକେଲ ବ୍ୟବହାର କରିପାରିବ।  ସରପଞ୍ଚ ପାର୍ଥୀ ୨ଟି କାର ଓ ୫ଟି ମୋଟର ସାଇକେଲ ବ୍ୟବହାର କରିପାରିବେ। ମତଦାନର ୩୬ ଘଣ୍ଟା ପୂବର୍ରୁ କାର ଓ ବାଇକରେ ପ୍ରଚାର ବନ୍ଦ। ସେହିପରି ମତଦାନ ସକାଳ ୭ଟାରୁ  ମଧ୍ୟାହ୍ନ ଗୋଟାଏ ଯାଏ ହେବ।

Leave A Reply

Your email address will not be published.