ଫେକ୍‌ ଭୋଟର୍‌ ଜଣାପଡ଼ିଲେ ‌ମିଳିବ ଜେଲ୍‌ ଦଣ୍ଡ

0

ଭୁବନେଶ୍ବର, ୧୩।୧: ଫେକ୍ ଭୋଟର୍ଙ୍କୁ ବଡ଼ ଝଟ୍‌କା। ଫେକ୍ ଭୋଟର ବୋଲି ଜଣାପଡ଼ିଲେ ଦିଆଯିବ ପୋଲିସ ଜିମା। ଅର୍ଥାତ୍ ପରିଚୟ ପତ୍ର ଭୁଲ୍ ଥିଲେ, ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ। ଦୁଇ ଦିନ ପରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିସନର ଫେକ୍ ଭୋଟରଙ୍କ ପାଇଁ ଏହି ସତର୍କବାଣୀ ଜାରି କରିଛନ୍ତି।

ରାଜ୍ୟ ନିର୍ବାଚନ କମିସନ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାମ ଭୋଟର ଲିଷ୍ଟରେ ଥିବା ଦରକାର ଏବଂ ତାଙ୍କର ପରିଚୟ ପତ୍ର ମଧ୍ୟ  ଠିକ୍ ଥିବା ଦରକାର। ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ, ତାହା ହେଲେ ସେ ଚ୍ୟାଲେଞ୍ଜ କରିପାରିବେ। ଏଥିପାଇଁ  ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ପରେ ପିଜାଇଡିଂ ଅଫିସର ସ୍ପଟ୍ ଉପରେ ଯାଞ୍ଚ କରିବେ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୁଲିସ ଜିମାରେ ଦିଆଯିବ। ପୋଲିଂ ଏଜେଣ୍ଟ ଦେଇଥିବା ଦୁଇ ଟଙ୍କା ଫି’କୁ ଫେରାଇ ଦିଆଯିବ। ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।

ସେ ଆହୁରି କହିଛନ୍ତି, ଯଦି କୌଣସି ବ୍ୟକ୍ତି ନାଁରେ ଅନ୍ୟ ଜଣେ ଭୋଟ ଦେଇଥିବ, ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟ୍ରେଣ୍ଡଡ୍ ଭୋଟ୍ ପାଇଁ ଅନୁମତି ଦିଆଯିବ। ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ କାଉଣ୍ଟ କରାଯିବନାହିଁ। ପରେ କୋର୍ଟ ନିର୍ଦ୍ଦେଶ ଆସିଲେ, ଭୋଟର କାଉଣ୍ଟିଂ ହେବ। ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଫିସର ମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ଅଧିକାରୀ।

Leave A Reply

Your email address will not be published.