ଖସି ପଡ଼ିଲା ଯୁଦ୍ଧ ବିମାନ ‘ମିଗ୍-୨୧’ : ଅଳ୍ପେକେ ବର୍ତିଲେ ପାଇଲଟ୍

ଜୟପୁର, ୫।୧: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ‘ମିଗ୍‌-୨୧’  ଆଜି ରାଜସ୍ଥାନର ସୁରତଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଯୁଦ୍ଧ ବିମାନ କ୍ରାଶ ହୋଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ ଜଣଙ୍କ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ତାଲିମ ପାଇଁ ମିଗ-୨୯ ବିସନ ଯୁଦ୍ଧ ବିମାନଟି ସନ୍ଧ୍ୟାରେ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଏହା ସୁରତଗଡ଼ ନିକଟରେ କିଛି ଟେକ୍ନିକାଲ ସମସ୍ୟା ଯୋଗୁଁ ତଳକୁ ଖସିବା ଆରମ୍ଭ କରିଥିଲା। ପାଇଲଟ ଜଣଙ୍କ ଆକାଶ ଛତା ଦ୍ୱାରା ବିମାନରୁ ବାହାରକୁ ଚାଲି ଆସିଥିଲେ। ହେଲେ ବିମାନଟି ତଳେ ପଡ଼ି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଏବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ କୌଣସି ପ୍ରକାରର ଜୀବନହାନୀ ଘଟିନାହିଁ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

ପ୍ରକାଶଯୋଗ୍ୟ, ୨୦୧୯ରେ ମଧ୍ୟ ମିଗ-୨୯ ବିସନ ରାଜସ୍ଥାନର ବିକେନାର ଠାରେ କ୍ରାଶ ହୋଇଥିଲା। ଟେକ ଅପ ପରେ ବିମାନରେ ଗୋଟିଏ ପକ୍ଷୀ ମାଡ଼ ହେବାକୁ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା।

Comments are closed.