ଯୁବରାଜଙ୍କ ବିରୁଦ୍ଧରେ ଥାନାରେ ଏତଲା

ନୂଆଦିଲ୍ଲୀ,  ୧୪।୨: ବଢ଼ିଲା ଭାରତର ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହ ପାଇଁ ଅଡ଼ୁଆ। ଗତବର୍ଷ ଦଳିତ ସମାଜ ପାଇଁ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଯୁବରାଜଙ୍କ ବିରୋଧରେ ହରିୟାଣା ପୁଲିସ୍ କିଛି ସଙ୍ଗୀନ ଧାରା ଲଗାଇ ଏଫ୍‌ଆଇଆର୍ ଦାୟର କରିଛି। ଓକିଲ ଓ ନ୍ୟାସନାଲ୍ ଆଲିଆନ୍ସ ଓ ଦଳିତ ହ୍ୟୁମାନ୍ ରାଇଟ୍ସର ସଂଯୋଜକ ରଜତ କଲସନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ପାଖାପାଖି  ୮ ମାସ ପରେ ଏହି ଏଫ୍‌ଆଇଆର୍ ଦାୟର କରିଛି।

ଯୁବରାଜ ସିଂହଙ୍କ ବିରୋଧରେ ହିସାରର ଥାନା ହାଂସି ସହରରେ ରବିବାର ମାମଲା ଦାୟର କରାଯାଇଛି। ଯୁବରାଜଙ୍କ ବିରୋଧରେ ପୁଲିସ୍ ଆଇପିସି ଧାରା ୧୫୩, ୧୫୩(କ), ୨୯୫,  ୫୦୫ ବ୍ୟତୀତ ଏସ୍‌ସି ଓ ଏସ୍‌ଟି ଆକ୍ଟର ଧାରା 3 {1) (r) ତଥା 3(1)(s) ଆଧାରରେ ଏଫଆଇଆର୍ ଦାୟର କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ଯୁବରାଜ ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ କରୁଥିଲେ। ଏହି ସମୟରେ ସେ ଜାତିଆଣ ଶବ୍ଦର ବ୍ୟବହାର କରିଥିଲା। ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ ବେଳେ ଯୁବରାଜ ଓ ରୋହିତ୍ କଥା ହେଉଥିବା ବେଳେ କୁଲଦୀପ ଯାଦବ ଅନଲାଇନ୍ ଆସିଥିଲେ। ଏହି ଅନଲାଇନ୍ ଲାଇଭ୍ ଚାଟ୍ ବେଳେ ଯୁବରାଜ ଦଳିତଙ୍କ ପ୍ରତି ଅଶାଳୀନ ଶବ୍ଦରେ ପ୍ରୟୋଗ କରିଥିବା ନେଇ ଅଭିଯୋଗ ଆସିଥିଲା।

Comments are closed.