ଏବେ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ, ନଥିଲେ ଦୁଇଗୁଣା ଗଣିବେ ଟୋଲ୍ ଫି

ଭୁବନେଶ୍ବର, ୧୪।୨: ଆସନ୍ତାକାଲି ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ହେବ ଫାସ୍‌ଟ୍ୟାଗ୍। ରାଜ୍ୟର ଟୋଲଗେଟ୍ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ। ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।  ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇ ଦେଇଥିଲେ। ଏହା ପୂର୍ବରୁ ପଞ୍ଜୀକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା । ଏଣିକି ଅର୍ଥାତ ଆସନ୍ତାକାଲି ମଧ୍ୟରାତ୍ରିରୁ ଟୋଲଗେଟ୍ଗୁଡ଼ିକରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ବୋଲି କହିଛି କେନ୍ଦ୍ର ପରିବହନ ମନ୍ତ୍ରାଳୟ। ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ୍ ଗେଟ୍ଗୁଡ଼ିକରେ ଲମ୍ବାଲାଇନ୍‌ରେ ରହିବାକୁ ପଡ଼ିବନି । ଫାସଟ୍ୟାଗ ଲାଗିଥିବା ହାଲୁକା କିମ୍ବା ଭାରିଯାନଗୁଡ଼ିକୁ ଅଟକାଉଥିବା ଇଣ୍ଟରସେପ୍ଟର ତୁରନ୍ତ ଉଠିଯିବ ।

Comments are closed.