ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ଗୁଳିକାଣ୍ଡ: ଅଳ୍ପକେ ବଞ୍ଚିଲେ ଜେଲ୍‌ ଫେରନ୍ତା ସଞ୍ଜୟ

0

ଭୁବନେଶ୍ବର, ୧୧।୧୨: ରାଜଧାନୀରେ ଦିନର ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟିଛି। ଭୁବନେଶ୍ବର ଉପକଣ୍ଠ କଳିଙ୍ଗବିହାର ଅଞ୍ଚଳରେ ଜେଲ୍‌ ଫେରନ୍ତା ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ତିନି ଦୁବୃର୍ତ୍ତ ଗୁଳି ଚଳାଇଛନ୍ତି। ଗୁଳି ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାମିନ୍‌ରେ ଆସିଥିବା ସଞ୍ଜୟ ଖୁଣ୍ଟିଆ। ଦିନ ଆଲୁଅରେ ରାଜଧାନୀରେ ନିଦ୍ବନ୍ଦରେ ଗୁଳିଚାଳନା ଓ ଅପରାଧୀଙ୍କ ସାହସକୁ ଦେଖି କମିସନରେଟ୍‌ ପୁଲିସର ହୁକୁଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ଜନସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଘଟଣାସ୍ଥଳରୁ ଖୋକା ଜବତ କଲା ତମାଣ୍ଡୋ ଥାନା ପୋଲିସ।

ସୂଚନାଯୋଗ୍ୟ, ଆଜି ସକାଳେ କଳିଙ୍ଗବିହାର ଅଞ୍ଚଳରେ ୩ ଜଣ ଦୁବୃର୍ତ୍ତ ବାଇକରେ ଆସି ୪ ରାଉଣ୍ଡ ଗୁଳି ଚଳାଇ ଚମ୍ପଟ ମାରିଛନ୍ତି। ତେବେ ଗୁଳି ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଜାମିନ୍‌ରେ ଆସିଥିବା ସଞ୍ଜୟ ଖୁଣ୍ଟିଆ। ତମାଣ୍ଡୋ ଥାନା କଳିଙ୍ଗବିହାର କେ-୪ ଲକ୍ଷ୍ମୀମଣ୍ଡପ ସାମ୍ନାରେ ଘଟିଛି ଏହି ଅଘଟଣ। ପାତ୍ରପଡ଼ାରେ ଅଞ୍ଚଳରେ ଘଟିଥିବା ସୋନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଏହି ସଞ୍ଜୟ ଖୁଣ୍ଟିଆ। ଜେଲରେ ରହିବା ପରେ ଗତ କିଛି ଦିନ ହେବ ଜାମିନ୍‌ରେ ଆସିଥିଲେ। ତେବେ କିଛି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଘଟଣାର ପୂରା ଖୋଳତାଡ଼ କରୁଛି ପୋଲିସ। ଏନେଇ ସଞ୍ଜୟ ଖୁଣ୍ଟିଆଙ୍କୁ ପୁଲିସର ପଚରାଉଚରା ଜାରି ରହିଛି। ଘଟଣାର ପୂରା ତଦନ୍ତ ପରେ ସତ ସାମ୍ନାକୁ ଆସିପାରେ ବୋଳି ଅନୁମାନ କରାଯାଉଛି।

 

Leave A Reply

Your email address will not be published.