ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଫ୍ରେଞ୍ଚ୍‌ ପ୍ରତିନିଧିମଣ୍ଡଳ

0

ଭୁବନେଶ୍ୱର, ୧୨।୧୦:  କଲିକତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର୍‌ ତାଲ୍‌ପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ୍‌ ପ୍ରତିନିଧିମଣ୍ଡଳ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଲୋକସେବା ଭବନ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ଶିକ୍ଷାକ୍ଷେତ୍ରରେ ଓଡ଼ିଶା ଓ ଫ୍ରାନ୍‌ସ ମଧ୍ୟରେ ଫ୍ରେଞ୍ଚ୍‌ ଏବଂ ଓଡ଼ିଆ ଭାଷାର ପ୍ରଚଳନ, ସାଂସ୍କୃତିକ ଆଦାନ ପ୍ରଦାନ ଓ ଉନ୍ନତି ପାଇଁ ଆଲୋଚନା ହୋଇଥିଲା।  ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ୫-‘ଟି’ ରୂପାନ୍ତରଣ କାର୍ଯ୍ୟକ୍ରମର ସେମାନେ ପ୍ରଶଂସା କରିଥିଲେ।  ଏହି ଅବସରରେ ରାଜ୍ୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଫ୍ରେଞ୍ଚ୍‌ ଡେଲିଗେସନ୍‌ରେ ଆସିଥିବା ଏମାନୁଏଲ୍‌ ଲେବ୍ରୁନ୍‌-ଡାମିଏନ୍‌ସ, ଫାତିହା କାମୋସି, ଆଲିଶଗନି ଓ ଅଞ୍ଜିତା ରାୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.