ଗିରଫ ହେଲେ ଫେରାର୍ ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ

0

କଳାହାଣ୍ଡି, ୧୮।୧୦: ଫେରାର୍‌ କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁଙ୍କୁ ପୁଣି ଥରେ ଗିରଫ କରିଛଇ ପୁଲିସ। ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଥିଲେ ଗୋବିନ୍ଦ ସାହୁ ବଙ୍ଗମୁଣ୍ଡା ବ୍ଲକ୍‌ ବୁଢ଼ିପଦର ଗାଁରେ ଲୁଚିଥିଲେ ଗୋବିନ୍ଦ ସେ ନିଜ ଭଉଣୀ ଘରେ ଆଖୁ ବାଡ଼ିରେ ଲୁଚିଥିବା ବେଳେ ତାଙ୍କୁ ଧରିଲା ପୁଲିସ୍ଉଲ୍ଲେଖନୀୟ ଯେ, ମହାଲିଙ୍ଗ ସନ୍‌ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ପୁଲିସକୁ ବଡ଼ ସୁରାକ୍‌ ମିଳିଥିଲା। ଖେଳପଡ଼ିଆର ମାଟି ଖୋଳା ସ୍ଥାନରୁ କିଛି ପୋଡ଼ା ଅଂଶ ଠାବ କରାଯାଇଥିଲା। ଷ୍ଟାଡିୟମ୍‌କୁ ଖନନ କରି ଏକ ଗଳିତ ମୃତଦେହ ଜବତ କରିଥିଲା ପୁଲିସ। ଏହି ପୋଡ଼ା ଅଂଶ ସଂଗ୍ରହ କରି ସାଇଣ୍ଟିଫିକ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିଲା। ପଡ଼ିଆ ସିଲ୍‌ କରି ପୁଲିସ ଉପସ୍ଥିତିରେ ଖୋଳା କାର୍ଯ୍ୟ ଜାରି ରହିଥିଲା। ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖଠାରୁ ନିଖୋଜ ଥିଲେ ପରିବାର ଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କଲେ୧୪ ତାରିଖ ଦିନ ପୁଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୁଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।  

ଗତ ୧୮ ତାରିଖରେ ନିଜେ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ କଳାହାଣ୍ଡିରେ ତିନି ଗୋଟି ପୁଲିସ ଟିମ୍ ଚଢାଉ କରିଥିଲା ମହାଲିଙ୍ଗସ୍ଥିତ ଖେଳ ପଡ଼ିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡ଼ିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଦକେଲା ଥାନାରେ ଜେରା କରାଯାଇଥିଲା ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପରେ ସଂପୃକ୍ତ ଗୋବିନ୍ଦ ସାହୁଙ୍କ ନାରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୁଲିସ୍‌ ।

Leave A Reply

Your email address will not be published.