ନବ ଦାସ ହତ୍ୟା ଘଟଣା: ଝାରସୁଗୁଡ଼ା ସବ୍‌ଜେଲ୍‌ରୁ ଚୌଦ୍ବାରକୁ ସ୍ଥାନାନ୍ତର ହେବ ଗୋପାଳ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

0

କଟକ, ୧୪।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଝାରସୁଗୁଡ଼ା ସବ୍‌ଜେଲରୁ କଟକ ଜିଲ୍ଲା ଚୌଦ୍ବାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ଗୋପାଳକୁ ଅଣାଯାଇଛି। ଗୋପାଳକୁ ଏକ ସ୍ବତନ୍ତ୍ର ଟିମ୍‌ ନେଇ ଚୌଦ୍ବାର ଆସୁଥିଲେ। ଆଜି ରାତି ୯ଟା ପୂର୍ବରୁ ଗୋପାଳ ଚୌଦ୍ବାର ଜେଲକୁ ପହଞ୍ଚିଥିବା ସୂଚନା ମିଳିଛି। ଏଥିପାଇଁ ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ପୂର୍ବରୁ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା।

ସିଫ୍ଟ ଅନୁଯାୟୀ ୩ ଜଣ ସିକୁରିଟି ଗାର୍ଡ ଅଭିଯୁକ୍ତ ଗୋପାଳ ଦାସକୁ ଜଗିବେ। ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସକ୍ରିୟ ରହିବ। ଝାରସୁଗୁଡ଼ାରେ ମାମଲା ରୁଜୁ ହେଇ ଥିବାରୁ କଟକରୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଶୁଣାଣି ହେବ। ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଜେଲ ମାନୁଆଲ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା। କେହି ଚାହିଁଲେ ଜେଲ ନିୟମ ଅନୁଯାୟୀ ଗୋପାଳକୁ ଦେଖା କରିପାରିବେ।

ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲ୍‌ରେ କଡ଼ାସୁରକ୍ଷା ଭିତରେ ରଖାଯିବ। ଏଥି ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏକ ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ। ଏକ ସ୍ବତନ୍ତ୍ର ଟିମ୍‌ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଗୋପାଳ ଦାସକୁ ଚୌଦ୍ୱାର ଜେଲ୍‌ ସ୍ଥାନାନ୍ତରିତ ନେଇ ଜେଲ୍‌ ଡିଜି କହିଛନ୍ତି, ସ୍ଥାନାନ୍ତର ପାଇଁ ଗୋପାଳ ନିଜେ ଇଚ୍ଛ କରି କୋର୍ଟରେ କହିଥିଲା। କୋର୍ଟଙ୍କ ଅନୁମତି ପରେ ଗୋପାଳ ଚୌଦ୍ୱାର ଜେଲକୁ ସ୍ଥାନାନ୍ତରିତ ହେଉଛି।

ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୭ ଦିନ ବିତିଛି। କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ। ଅନ୍ୟପଟେ କ୍ରାଇମବ୍ରାଞ୍ଚ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ନେଇନଥିବାରୁ ଗୁଳିକାଣ୍ଡର କାରଣ ଜାଣି ସାରିଥିବା ଅନୁମାନ କରାଯାଉଛି।

 

Leave A Reply

Your email address will not be published.