ସରକାରୀ ସ୍କୁଲରେ ପଢ଼ିଲେ ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ାରେ ମିଳିବ ସଂରକ୍ଷଣ!

0

ଭୁବନେଶ୍ୱର, ୨୮।୧୨: ସରକାରୀ ବିଦ୍ୟାଳୟରେ ପଢିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢାରେ ମିଳିବ ସଂରକ୍ଷଣ। ଏହି ସଂରକ୍ଷଣ ପାଇଁ କ୍ୟାବିନେଟ୍ସଂକଳ୍ପ ନିଆଯାଇଛି। ଓଡ଼ିଆ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଡାକ୍ତରୀ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଜେଇଇ ପରି ଏକକ ପରୀକ୍ଷା ପ୍ରବର୍ତ୍ତନ କରାଯାଇଛି। ଏଥିରେ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଉପଯୁକ୍ତ କୋଚିଂ ପାଉ ନଥିବା ଯୋଗୁଁ ଅନେକ ପିଲା ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି

ସେମାନଙ୍କୁ ସମାନ ସୁଯୋଗ ଦେବା ପାଇଁ ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଓଡ଼ିଆ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦେବା ପାଇଁ କ୍ୟାବିନେଟ୍ରେ ସଙ୍କଳ୍ପ ନିଆଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ। ସେମାନଙ୍କର ଡାକ୍ତର ଇଂଜିନିୟର ହେବାର ସ୍ୱପ୍ନ ସଫଳ ହେବ। ଏଥିପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କମିଟିରେ ଖ୍ୟାତି ସମ୍ପନ୍ନ ଶିକ୍ଷିବିତ୍ରହିବେ। ଆସନ୍ତା ମାସ ମଧ୍ୟରେ ସେମାନେ ସରକାରଙ୍କୁ ନିଜର ରିପୋର୍ଟ ଦେବେ

Leave A Reply

Your email address will not be published.