ଏଡିଜି ପାହ୍ୟାକୁ ବୋଥ୍ରାଙ୍କ ପଦୋନ୍ନତି

0

ଭୁବନେଶ୍ବର, ୨୯।୧୨: ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ପଦୋନ୍ନତି ହୋଇଛି। ୧୯୯୬ ବ୍ୟାଚ୍ ଆଇପିଏସ୍ବୋଥ୍ରାଙ୍କୁ ଆଇଜିରୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ୨୦୨୧ ଜାନୁଆରି ଏକ ତାରିଖରୁ ପଦୋନ୍ନତି ଦିଆଯାଇଛି। ୧୯୯୬ ବ୍ୟାଚ ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି ହେବେ। ସେହପରି ୧୯୯୬ ବ୍ୟାଚ ସଞ୍ଜୟ କୁମାର ସିଂହଙ୍କୁ ମଧ୍ୟ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ଦିଆଯାଇଛି।

୧୯୯୬ ବ୍ୟାଚ ସୁନୀତା କାକରଙ୍କୁ ଏଡିଜି ଭାବେ ପଦୋନ୍ନତି ଦିଆଯାଇଛି। ସେ ଏବେ ଡେପୁଟେସନ୍ରେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଛନ୍ତି।

୨୦୦୩ ବ୍ୟାଚ ଆଇପିଏସ୍ଅଧିକାରୀ କବିତା ଜାଲାନ୍ଙ୍କୁ ଆଇଜି ପୋଲିସ ଭାବେ ପଦୋନ୍ନତି ଦିଆଯାଇଛି ସେହିପରି ୨୦୦୩ ବ୍ୟାଚ ହିମାଂଶୁ କୁମାର ଲାଲଙ୍କୁ ଆଇଜି ଭାବେ ପଦୋନ୍ନତି ଦିଆଯାଇଛି ୨୦୦୩ ବ୍ୟାଚ ଆଇପିଏସ୍ଅଧିକାରୀ ଏବଂ ୨୦୦୩ ବ୍ୟାଚ ଆଇପିଏସ୍ଅଧିକାରୀ ସଂଜୟ କୁମାର କୌଶଲଙ୍କୁ ଆଇଜିପି ରାଙ୍କକୁ ପଦୋନ୍ନତି ଦିଆଯାଇଛି ୨୦୦୩ ବ୍ୟାଚ ଆଇପିଏସ୍ଅଧିକାରୀ ନିଖିଲ କିମାର କୋଣ୍ଡାଙ୍କୁ ପର୍ଫୋମା ପ୍ରମୋସନ୍ପ୍ରଦାନ କରାଯାଇଛି ସେ ଏବେ କେନ୍ଦ୍ର ସରକାରଙ୍କ ପାଇଁ ଡେପୁଟେସନ୍ରେ କାର୍ଯ୍ୟ କରୁଛନ୍ତି

Leave A Reply

Your email address will not be published.