ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷ ଟଙ୍କାର ବେପାର

0

ଭୁବନେଶ୍ୱର, ୧୩।୧୦: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ବୟନିକାଆନୁକୂଲ୍ୟରେ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଅକ୍ଟୋବର ୧୨ ତାରିଖରେ ଶେଷ ହୋଇଛି । ଏହି ମେଳାରେ ୨୧୫ଟି ଷ୍ଟଲ ଖୋଲା ଯାଇଥିଲା । ସେଥି ମଧ୍ୟରୁ ୧୧୫ଟି ଷ୍ଟଲରେ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନେ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରିଥିଲେ । ଦେଶର ସମସ୍ତ ବୟନକଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ତଥା ଏହାର ବିକ୍ରୟ ସୁଯୋଗ ସୃଷ୍ଟି ସହିତ ବୁଣାକାରମାନଙ୍କର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା ।

ଏକ ମାସ ଧରି ଆୟୋଜିତ ଏହି ମେଳାରେ ୧୫ଟି ରାଜ୍ୟ ଭାଗ ନେଇଥିଲେ । ଏହି ହସ୍ତତନ୍ତ ମେଳାରେ ପ୍ରାୟ ୧୦ କୋଟି ୩୫ ଲକ୍ଷ ଟଙ୍କାର ବେପାର ହୋଇଥିଲା । ବୟନିକାଏହି ମେଳାରେ ୧ କୋଟି ୮୦ ଲକ୍ଷ ଟଙ୍କାର ଓଡ଼ିଶା ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିପାରିଛି ।

ବୁଣାକାର ସେବାକେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ତିଆରି ହୋଇଥିବା ଥିମ୍‌ ପାଭିଲିଅନ୍‌ ଦର୍ଶକମାନଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲ । । ଏହି ପାଭିଲିଅନ୍‌ରେ ଲୋକମାନେ ଓଡ଼ିଶାର ହସ୍ତତନ୍ତ ସଂପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଏହି ମେଳାରେ ଲୋକମାନେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ର କିଣାକିଣି କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ୱାଦୁ ଖାଦ୍ୟର ମଧ୍ୟ ମଜା ଉଠାଇଥିଲେ ।

ଶେଷ ଦିନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ ସାହୁ ଓ ପରିଚାଳନା ନିର୍ଦ୍ଦେଶକ ବୟନିକାଶ୍ୟାମଭକ୍ତ ମିଶ୍ର ମେଳାରେ ଅଂଶଗ୍ରହଣ କାରୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିବା ସହିତ ସାର୍ଟିଫିକେଟ୍‌ ବଣ୍ଟନ କରିଥିଲେ।

Leave A Reply

Your email address will not be published.