ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ

ଭୁବନେଶ୍ୱର, ୧୩।୧୨: ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ଗଠିତ ଏହି ପରିଷଦରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁ ଅଧ୍ୟକ୍ଷ, ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର ଉପାଧ୍ୟକ୍ଷ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ /ଅତିରିକ୍ତ ଶାସନ ସଚିବ ସଦ ସ୍ୟ ରହିଛନ୍ତି।

ଏହି ପରିଷଦରେ ପଦ୍ମଶ୍ରୀ ପୁରସ୍କାର ବିଜେତା ବୁଣାକାର ଗୋବର୍ଦ୍ଧନ ପାଣିକା, ରାଜ୍ୟ କଳାକୃତି ପୁରସ୍କାର ବିଜେତା ପ୍ରସ୍ତର ଶିଳ୍ପୀ ଉଦୟ ମହାନ୍ତି, ଜାତୀୟ ପୁରସ୍କାର ବିଜେତା ତାରକସୀ ଶିଳ୍ପୀ ପଙ୍କଜ କୁମାର ସାହୁ, ଜାତୀୟ ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ ଶରତ କୁମାର ପ୍ରଧାନ, ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୁକାନ୍ତି ମେହେର, ବୁଣାକାର ୟୁ. ନୀଳକଣ୍ଠ, ବୁଣାକାର ଲକ୍ଷ୍ମୀଧର ଚାନ୍ଦ, ରାଜ୍ୟ ପୁର ସ୍କ ।ର ପ୍ରାପ୍ତ ବାଉଁଶ ଓ ବେତ ଶିଳ୍ପୀ କୁମାରୀ ସରୋଜିନୀ ଦାଶ, ପ୍ରସ୍ତର ଖୋଦେଇରେ ପାରଙ୍ଗମ ପ୍ରିୟରଞ୍ଜନ କର, ରାଜ୍ୟ ପୁରସ୍କାରପ୍ରାପ୍ତ ବ୍ରାସ୍‌ ଓ ବେଲ୍ ମେଟାଲ ‌ ଶିଲ୍ପୀ ପବିତ୍ର ମହାର ଣା, ଡୋକ୍ରା ଶିଳ୍ପୀ  ଗୋଲ ।ପ ଗଡ଼ତିଆ, ଟେରାକୋଟା ଶିଳ୍ପୀ  ଗୌର ରଣା, ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ପ୍ରହ୍ଲାଦ ମେହେର, ସବାଇ ଘାସ ଶିଳ୍ପୀ କଳ୍ପନା ଜେନା, ଜାତୀୟ ପୁରସ୍କାର ବିଜେତା ବୁଣାକାର ଅର୍ଜୁନ ପାଲ ‌, ଜାତୀୟ ପୁର ସ୍କ ।ର ବିଜେତା ପଟ୍ଟଚିତ୍ର ଶିଳ୍ପୀ  ବିଜୟ ପରିଡ଼ା, ପିପିଲି ଚାନ୍ଦୁଆ ଶିଳ୍ପୀ ଜବର ଖାନ୍‌, ଲାଖ ଶିଳ୍ପୀ କୁମାରୀ ପ୍ରଭାତୀ ପାତ୍ର, ବୁଣାକାର ଜଳନ୍ଧର ମେହେର, ବୟନଶିଳ୍ପ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ ଏହି ପରିଷଦର ସଦସ୍ୟ ରହିଛନ୍ତି । ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷ ଏହି ପରିଷଦର ସଦସ୍ୟ ରହିଛନ୍ତି ।

Comments are closed.