ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ଟୁରିଷ୍ଟ ହେଲ୍ପ ଲାଇନ ନମ୍ୱର

0

ପୁରୀ, ୪।୨: ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାରି ହେଲା ୨୪ ଘଣ୍ଟିଆ ଟୁରିଷ୍ଟ୍ ହେଲପ୍ ଲାଇନ୍। ପୁରୀ ପୁଲିସ ପକ୍ଷରୁ ଏହି ହେଲପ୍ ଲାଇନ୍ ନମ୍ୱର ଜାରି କରାଯାଇଛି। 6370967100 ନମ୍ୱରରେ କୌଣସି ପର୍ଯ୍ୟଟକ ଫୋନ୍ କଲେ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯିବ।
ପଶ୍ଚିମବଙ୍ଗରୁ କେତେକ ପର୍ଯ୍ୟଟକ ଫେବ୍ରୁଆରୀ ୧ ତାରିଖରେ ପୁରୀକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଜଣେ ବସ୍ ଚାଳକ ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲା। ଏନେଇ ପୁରୀ ସି-ବିଚ୍ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରିଥିଲା। ଏହା ପରେ ପୁରୀ ପୁଲିସ ପକ୍ଷରୁ ଟୁରିଷ୍ଟ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ୱର ସମସ୍ତ ଟୁରିଷ୍ଟ ବସ ଓ ଯାତ୍ରୀବାହୀ ବସରେ ଲେଖାଯିବ। ପର୍ଯ୍ୟଟକମାନେ କୌଣସି ସମସ୍ୟାରେ ପଡିଲେ, ସେହି ହେଲପ୍ ଲାଇନ ନମ୍ୱରରେ ଫୋନ୍ କଲେ ତୁରନ୍ତ ସହଯୋଗ ଯୋଗାଇଦେବ ପୁରୀ ପୁଲିସ।

Leave A Reply

Your email address will not be published.