ଗୃହରେ ଅଚଳାବସ୍ଥା ଜାରି, ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଦେଖାଇ କଲେ ପ୍ରତିବାଦ

0

ଭୁବନେଶ୍ବର, ୮।୧୨: ଗତକାଲି ପରି ଆଜି ମଧ୍ୟ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଛି। ଆରମ୍ଭରୁ ଗୃହ ମଧ୍ୟଭାଗରେ ସବୁ ଦଳର ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। ଏଥିଯୋଗୁଁ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟ, ମମିତା ମାମଲାରେ ଗୋବିନ୍ଦଙ୍କ ଓକିଲଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ବିଜେପି ସଦସ୍ୟମାନେ ଗୋବିନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାର ଏକ ଫଟୋ ଗୃହରେ ଦେଖାଇଥିଲ। ବିଜେଡି ସଦସ୍ୟମାନେ ମଧ୍ୟ ଗୋବିନ୍ଦଙ୍କ ଓକିଲଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଫଟୋ ଦେଖାଇଥିଲେ।

ଏଥିଯୋଗୁ ପ୍ରବଳ ହଟ୍ଟଗୋଳ ଦେଖାଦେବାରୁ ବାଚସ୍ପତି  ପ୍ରଥମେ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେଲା ପରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ।  ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳା ଗାମୁଛା ପକାଇଥିଲେ ବିଜେପି ସଦସ୍ୟ। କଂଗ୍ରେସ ବି ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଥିଲା। ଏଥିଯୋଗୁଁ ଆଉ ୩୦ ମିନିଟ ପାଇଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏହାପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ଅପରାହ୍ନ ୪ଯା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.