ହୋଲ୍ଡିଂ ଟ୍ରାକ୍ସ ଦିଅ: ନହେଲେ ସିଲ୍‌ ହେବ ଘର

ଭୁବନେଶ୍ବର, ୧୪।୩: ହୋଲ୍ଡିଂ ଟ୍ୟାକ୍ସ ଦିଅ। ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘର ସିଲ୍ କରି ଦିଆଯିବ। ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିଭିନ୍ନ ବର୍ଗରୁ ଜୋରଦାର ବିରୋଧ କରାଯାଉଥିବା ବେଳେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।

ବିଏମ୍‌ସିର ଡେପୁଟି କମିଶନର (ରାଜସ୍ୱ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିସନରମାନଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ବହୁତ ଲୋକ ହୋଲ୍ଡିଂ ଟ୍ୟାକ୍ସ ଦେଇ ନାହାନ୍ତି। ଏହି ଲୋକଙ୍କ ବିରୋଧରେ ଯଥାଶୀଘ୍ର ଓପିଡିଆର୍‌ ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍‌ ରୁଜୁ କରନ୍ତୁ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ସେମାନଙ୍କ କୋଠାଗୁଡ଼ିକୁ ସିଲ୍ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ କ୍ଷତି ରୋକିବାକୁ ଏହିପରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.