ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ: ୯୯.୪ % ମାର୍କ ସହ ଓଡ଼ିଶାରୁ ପ୍ରିୟଙ୍କା ଓ ବିଷ୍ଣୁ ଶ୍ରେଷ୍ଠ

0

ଭୁବନେଶ୍ବର, ୧୪/୫: ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ (ଆଇସିଏସ୍‌ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରବିବାର ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ ବିଷ୍ଣୁ ୯୯.୪୦ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଆଇଏସ୍‌ସି ଦ୍ବାଦଶ ପରୀକ୍ଷାରେ ରାଉରକେଲାର ଦିଶା ଗୋୟଲ ରାଜ୍ୟର ‌ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ‌୯୮.୨୬ ପ୍ରତିଶତ ମାର୍କ ରଖିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଆଇଏସ୍‌ସି ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨.୩୬କ୍ଷ ସାମିଲ ହୋଇଥିଲେ। ୯୮.୧୪ ପ୍ରତିଶତ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ  ୯୬.୯୩ ପ୍ରତିଣତ ରହିଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୫ ଜଣ ମିଳିତ ଭାବେ ଟପ୍ପର ହୋଇଛନ୍ତି। ଦିଶା ସ୍ଥାନୀୟ କାର୍ମେଲ ସ୍କୁଲର ଛାତ୍ରୀ। ଫଳାଫଳ ପ୍ରକାଶ ପାଇବା ପରେ ପରିବାରରେ ଖୁସିର ଲହରୀ। ପିତା ହନୁମାନ ଗୋୟଲ ଜଣେ ବ୍ୟବସାୟୀ ଓ ମା’ ସୀମା ଗୋୟଲ ହେଉଛନ୍ତି ଗୃହିଣୀ। ଏହି ପିଲାମାନେ ୯୫.୭୫ ମାର୍କ ରଖିଛନ୍ତି। ଡିଜିଲକର ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ରେଜଲ୍ ଜାଣିହେବ। cisce.org ଓ results cisce.orgରେ ରେଜଲ୍ଟ ଉପଲବ୍ଧ ହୋଇଛି।

Leave A Reply

Your email address will not be published.