ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବାର ଶୁଭାରମ୍ଭ

0

ଭୁବନେଶ୍ବର, ୧୫।୫: ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହୋଇଛି ବିମାନ ସେବା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମଗ୍ରିକ ବିକାଶ ପାଇଁ  ବିଶ୍ବସ୍ତରୀୟ ସଂଯୋଗ ଗୁରୁତ୍ବପୂର୍ଣ୍ଣ।ଶିଳ୍ପର ବିକାଶ, ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ ଓ ପ୍ରବାସୀ  ଓଡ଼ିଆଙ୍କ ସହ ଯୋଗାଯୋଗ ପାଇଁ ଆନ୍ତର୍ଜାତୀକ ସଂଯୋଗୀକରଣ ନିହାତି ଆବଶ୍ୟକ। ୟୁରୋପ ଓ  ଆମେରିକା ବଜାର ପାଇଁ  ଦୁବାଇ ହେଉଛି ମଧ୍ୟ ପ୍ରାଚ୍ୟର ଗେଟ ଓ୍ବେ।

ଦୁବାଇକୁ ପ୍ରଥମ ଦିନରେ ମିଶନ ଶକ୍ତି ସଦସ୍ୟ, କ୍ରୀଡାବିତ ଓ ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ ୧୭୦ ଜଣ ଯାତ୍ରୀ ଭୁବନେଶ୍ବରରୁ ଯାତ୍ରା କରିଛନ୍ତି। ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା  ଯୋଗାଇ ଦେଇଛି। ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ସେହିପରି ଦୁବାଇରୁ ଭୁବନେଶ୍ବରରେ ପହଞ୍ଚିଥିବା ଯାତ୍ରୀକୁ ଭୁବନେଶ୍ବର ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ  ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥଲେ।

ସେହିପରି ଜୁନରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ ।

 

Leave A Reply

Your email address will not be published.