ଜଳୁଛି ଓଡ଼ିଶା: ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଲା

ଭୁବନେଶ୍ବର, ୧୫।୫: ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଓ ଟିଟିଲାଗଡ଼ଠାରେ ଯଥାକ୍ରମେ ୪୪.୪ ଓ ୪୪ ଡିଗ୍ରି ରେକର୍ଡ ହୋଇଛି। ଏହାସହ ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୩.୬ ଡିଗ୍ରି। ଭବାନୀପାଟଣାରେ ୪୩.୫ ଡିଗ୍ରି, ବୌଦ୍ଧରେ ୪୨.୯ ଡିଗ୍ରି, ସମ୍ବଲପୁରରେ ୪୨.୮ ଡିଗ୍ରି, ସୋନପୁରରେ ୪୨.୮ ଡିଗ୍ରି, ମାଲକାନଗିରିରେ ୪୨.୮ ଡିଗ୍ରି, ଅନୁଗୁଳରେ ୪୨.୭ ଡିଗ୍ରି, ସୁନ୍ଦରଗଡରେ ୪୨.୪ ଡିଗ୍ରି, ରାଉରକେଲାରେ ୪୨.୨ ଡିଗ୍ରି, ବରଗଡରେ ୪୨.୧ ଡିଗ୍ରି ତାପମାତ୍ରା ରହିଛି।

ସେହିପରି ତାଳଚେର, ନୂଆପଡା, ନୟାଗଡରେରେ ୪୨ ଡିଗ୍ରି, ହୀରାକୁଦରେ ୪୧.୯ ଡିଗ୍ରି, ନବରଙ୍ଗପୁରରେ ୪୦.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ୧୬ ଓ ୧୭ ତାରିଖ ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ‌ହେବ। ୧୬ ତାରିଖଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଏବଂ ୧୭ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ତାପମାତ୍ରା ୩ରୁ ୫ ଡିଗ୍ରି ବୃଦ୍ଧି ପାଇବ। ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ପାର୍‌ କରିଯାଇପାରେ।

 

Comments are closed.