ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡ଼ିବ ‌ମୋ ବସ୍‌

0

ଭୁବନେଶ୍ବର, ୧୮/୫: ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ‘ମୋ ବସ୍’ ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ୍‌। ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଦ୍ବାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକେ ସୁବିଧା ପାଇ ପାରିବେ। କ୍ୟାପିଟାଲ ରିଜନ ଅଞ୍ଚଳରେ ୩୯୦ ଓ ରାଉରକେଲା ରେ ୧୦୦ଟି ମୋ ବସ ଚଳାଚଳ କରୁଛି। ଅଧିକ ବସ୍‌ ଚଳାଚଳ ଦ୍ବାରା ଯାତ୍ରୀମାନେ ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଗଂଜାମ, ଝାରସୁଗୁଡ଼ା ଓ ସମ୍ବଲପୁରକୁ ‌ସଂପ୍ରସାରିତ ହେଲା ପରେ ‘ମୋ ବସ୍‌’ ସହରାଞ୍ଚଳର ୧୧,୬୧,୦୦୦ ଲୋକଙ୍କୁ ପରିବହନ ସେବା ଦେବ। ୨୦୧୮ ନଭେମ୍ବର ୬ ତାରିଖରେ ଆରମ୍ଭ‌ ହୋଇଥିବା ‘ମୋ ବସ୍‌’ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ୩୯୦ଟି ବସ୍‌ ମାଧ୍ୟମରେ ୨.୩ ଲକ୍ଷ ଲୋକଙ୍କୁ ସେବା ଯୋଗାଉଛି। ସାଧାରଣ ଜନତାଙ୍କ ପାଇଁ ଏହି ସେବା ଲାଭଦାୟକ ହୋଇପାରିଛି। ଆର୍ଥିକ ଓ ସୁରକ୍ଷା ଦୃଷ୍ଟିରୁ ସହରାଞ୍ଚଳରେ ଲୋକେ ‌‘ମୋ ବସ୍‌’କୁ ପସନ୍ଦ କରୁଛନ୍ତି।

ପୁରୁଷ ହକି ବିଶ୍ବକପ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ‘ମୋ ବସ୍‌’ ସେବା ଆରମ୍ଭ କରାଯାଇଥିଲା। ରାଉରକେଲା-ବୀରମିତ୍ରପୁର-ରାଜଗାଙ୍ଗପୁରକୁ ନେଇ ମାଷ୍ଟର ପ୍ଲାନ କରାଯାଇଥିଲା। ଏଠାରେ ୧୦୦ ବସ୍‌ରେ ଦୈନିକ ୨୭ ହଜାର ଲୋକ ଯାତାୟତ କରୁଛନ୍ତି। ସହରାଞ୍ଚଳର ଲୋକଙ୍କ ଚାହଦାକୁ ଦୃଷ୍ଟିରେ ରଖି ସରକାର ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ‘ମୋ ବସ୍‌’ ସେବା ଆରମ୍ଭ କରୁଛନ୍ତି।

 

Leave A Reply

Your email address will not be published.