୧୦ରେ ପହଞ୍ଚିଲା ଆଇଆଇଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, ୨୮।୩: ଏବେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ କରୋନା ଏହାର କାୟା ମେଲି ଚାଲିଛି। ଆଜି ଭୁବନେଶ୍ୱରର ମୈତ୍ରୀ ବିହାର ସ୍ଥିତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଟଣୀ ନିକଟ ଅରୁଗୁଳରେ ଥିବା ଆଇଆଇଟିରେ ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି।

ଅରୁଗୁଳରେ ଥିବା  ଆଇଆଇଟି  ଶିକ୍ଷାନୁଷ୍ଠାନର ୧୦ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି।  ଜିଲ୍ଲାପାଳ କହିଛନ୍ତି, ୪୦ ଛାତ୍ରଙ୍କ RTPCR ଟେଷ୍ଟ କରାଯାଇଥିଲା, ରିପୋର୍ଟ ଆସିଛି। ପୂର୍ବରୁ ୮ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଆଉ ୨ ଚିହ୍ନଟ ହୋଇଛନ୍ତି । ସଂକ୍ରମିତମାନେ ବାହାର ରାଜ୍ୟର ହୋଇଥିବା ବେଳେ ସେମାନେ ଆଇସୋଲେସନରେ ଥିବା ସେ ସୂଚନା ଦେଇଛନ୍ତି ।

ଆଇଆଇଟି କ୍ୟାମ୍ପସରେ ଥିବା ମେଡିକାଲ ଟିମ୍‌ ସେମାନଙ୍କ ଚିକିତ୍ସା କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ସେମାନଙ୍କ ସହ ଯୋଗାଯୋଗରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜିଲ୍ଲାପାଳ କହିଛନ୍ତି।

 

Comments are closed.