ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି ଦାୟିତ୍ବ

ଭୁବନେଶ୍ବର, ୨୪।୫: କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ଓଡ଼ିଶା କ୍ୟାଡରର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଚଳିତ ମାସ ୨୦ ତାରିଖରେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିଲେ। ସଞ୍ଜୟ କୁମାର ୨୦୧୫ ମସିହାରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ଆଇଜି ଭାବେ ପ୍ରାୟ ୭ ବର୍ଷ କାର୍ଯ୍ୟ କରିଥିଲେ। ୨୦୨୨ ମାର୍ଚ୍ଚ ୧୨ ତାରିଖରେ ତାଙ୍କୁ ନିଜ କ୍ୟାଡରକୁ ଫେରାଇ ଦିଆଯାଇଥିଲା। କିନ୍ତୁ ସେ ଛୁଟିରେ ରହିବା ପରେ ଚଳିତ ମାସ ୨୦ ତାରିଖରେ ଓଡ଼ିଶା ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ସଞ୍ଜୟ କୁମାର ଓଡ଼ିଶାର ବିଭିନ୍ନ ନକ୍ସଲପ୍ରବଣ ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ।

Comments are closed.