ଫଲୋଅପ୍‌ ଚିକିତ୍ସା ପାଇଁ ଜଗା ଏବେ ଏସ୍‌ସିବିରେ, ଆଜି ଦିଲ୍ଲୀରୁ ଆସିବେ ବିଶେଷଜ୍ଞ ଟିମ୍

0

କଟକ, ୧୮୬: କନ୍ଧମାଳର ଚର୍ଚ୍ଚିତ ଯୋଡ଼ା-ମୁଣ୍ଡ ଶିଶୁଙ୍କ ଭିତରୁ ଜଗା ଏସ୍‌ସିବିରେ ଗତ ଗୁରୁବାର ସନ୍ଧ୍ୟାରେ ଭର୍ତ୍ତି ହୋଇଛି ଜଗା ଏବେ ମେଡିକାଲର ସ୍ନାୟୁଶଲ୍ୟ (ନ୍ୟୁରୋ ସର୍ଜରୀ) ବିଭାଗରେ ଚିକିତ୍ସିତ ହେଉଛି ଫଲୋଅପ୍‌ ଚିକିତ୍ସା ପାଇଁ ଜଗା ଏସ୍‌ସିବିକୁ ଆସିଥିବା ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛିଶନିବାର ଦିଲ୍ଲୀ ଏମ୍‌ସ୍‌ର ଏକ ବିଶେଷଜ୍ଞ ଟିମ୍‌ ଏସ୍‌ସିବିକୁ ଆସିବେ ବୋଲି ଜଣାପଡ଼ିଛି ଉକ୍ତ ଟିମ୍‌ ସହିତ ଜଗା-ବଳିଆଙ୍କୁ ଏମ୍‌ସ୍‌ରେ ଅପରେସନ କରି ଅଲଗା କରିଥିବା ଟିମ୍‌ର ମୁଖ୍ୟ ବିନ୍ଧାଣି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମଧ୍ୟ ଏସ୍‌ସିବି ଆସିପାରନ୍ତି ବୋଲି ସୂଚନା ମିଳିଛିଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ସ୍ୱାଭାବିକ ଭାବେ ଖାଇବା, ପିଇବା କରୁଛି ବୋଲି ଏସ୍‌ସିବି କୁଳସଚିବ (ପ୍ରଶାସନ) ଅବିନାଶ ରାଉତ କହିଛନ୍ତି । ଆଜି ଜଗାର ବିଭିନ୍ନ ପରୀକ୍ଷା କରାଯାଇଛି ।

ଶନିବାର ପୂର୍ବାହ୍ନ ୧୧ ଟାରେ ଏମ୍‌ସ୍‌ ଡାକ୍ତରଙ୍କ ସହିତ ବୈଠକ କରାଯିବ । ଜଗାର ମସ୍ତିସ୍କର କେତେ ବିକାଶ ଘଟିଛି ତାହା ଅନୁଧ୍ୟାନ କରାଯିବ । ୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗ୍ରାମର ପୁଷ୍ପାଞ୍ଜଳି କହଁର ଯୋଡା ମୁଣ୍ଡ ଶିଶୁପୁତ୍ର ଜନ୍ମ ଦେଇଥିଲେ । ୨୦୧୭ ଅଗଷ୍ଟ ୨୮ ଓ ୨୦୧୭ ଅକ୍ଟୋବର ୨୫ ତାରିଖରେ ଉଭୟଙ୍କୁ ଅଲଗା କରାଯାଇଥିଲା । ଜଗା-ବଳିଆଙ୍କୁ ୨୦୧୯ ଜୁଲାଇ ୭ ତାରିଖରେ ଏସ୍‌ସିବିକୁ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରହିବା ପାଇଁ ପଠାଯାଇଥିଲା । ମାତ୍ର ୨୦୨୦ ନଭେମ୍ବର ୨୫ରେ ବଳିଆର ମୃତ୍ୟୁ ଘଟିଥିଲା । ଏହା ପରେ ଜଗାକୁ ୨୦୨୧ ମାର୍ଚ୍ଚ ୨୩ ରେ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଥିଲା ।

Leave A Reply

Your email address will not be published.