କଳ୍ପନା-ରସୁଲଗଡ଼ ରାସ୍ତାର ଦୁଇ ପାର୍ଶ୍ୱ ହେବ ଜବରଦଖଲମୁକ୍ତ

ବୁଲି ଦେଖିଲେ ବିଏମ୍‌ସି ତିରିକ୍ତ କମିଶନର

ଭୁବନେଶ୍ୱର,୧୧/୧୨: କଳ୍ପନାରୁ ରସୁଲଗଡ ରାସ୍ତାର ସଂପ୍ରସାରଣ ହେବ । ରାସ୍ତାର ଉଭୟ ପାଶ୍ୱର୍ରୁ ଜବରଦଖଲ ହଟିବ । ଏନେଇ ବିଏମ୍‌ସିର ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ୱରେ ଏକ ଟିମ୍‌ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

କଟକରୋଡ ରାସ୍ତାରେ ପ୍ରବଳ ଗହଳି ଜମୁଛି। ରାସ୍ତାକୁ ଦୋକାନ ମାଡି ଆସିଥିବା ବେଳେ ଟ୍ରାଫିକ ଜାମ ହେଉଛି । ଏହା ସହ ଉଠାଦୋକାନୀ ମଧ୍ୟ ରାସ୍ତାକୁ କବଜା କରି ନେଇଛନ୍ତି। ଏହି ସବୁ ଜବରଦଖଲ ହଟିବ। ରସୁଲଗଡରୁ କଳ୍ପନା ଓ ଲୁଇସ ରୋଡ ରାସ୍ତା ମଧ୍ୟରେ ଏହି ଉଚ୍ଛେଦ ଆରମ୍ଭ ହେବ। ଅତିରିକ୍ତ କମିଶନର ବୁଲିବା ସହ କଡା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡ୍ରେନ ସମସ୍ୟା ଓ ସହର ସୌନ୍ଦର୍ଯ୍ୟକରଣ ମଧ୍ୟ ସେ ବୁଲି ଦେଖିଥିଲେ। ଆଗକୁ ହକି ବିଶ୍ୱଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିବାକୁ ଅତିରିକ୍ତ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ-ପଶ୍ଚିମ ଜୋନର ବିଭିନ୍ନ ସ୍ଥାନରେ ଚାଲିଥିବା ୱାଲ ପେଣ୍ଟିଂ ବୁଲି ଦେଖିଛନ୍ତି ଅତିରିକ୍ତ କମିଶନର ବିନୟ ଦାସ। ଏହା ସହ ରାସ୍ତା କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଛନ୍ତି। ଏହି ଟିମ୍‌ରେ ଜେଡିସି ରବିନାରାୟଣ ଜେଠୀ, ପ୍ରିୟବ୍ରତ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.