ଖଗେଶ୍ବରଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆର୍ଥିକ କାରବାରର କରିବ ଖୋଲତାଡ଼

0

ଭୁବନେଶ୍ୱର,୧୧/୧୧: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାର ଅନ୍ୟତମ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦ ଦିନ ପାଇଁ ଖଗେଶ୍ୱରଙ୍କୁ ରିମାଣ୍ଡରେ ନେଇଛି ଇଡି। ଆର୍ଥିକ କାରବାର, ବ୍ୟାଙ୍କ ଟ୍ରାଜାକ୍ସନ୍, ପୈତୃକ ସଂପତ୍ତିର ଖୋଲତାଡ଼ କରିବ ଇଡି। ଏହାସହ ଅର୍ଚ୍ଚନା ନାଗଙ୍କ ଓ ଖଗେଶ୍ବରଙ୍କ ମଧ୍ୟରେ ହେଉଥିବା ଟଙ୍କା ନେଣଦେଣକୁ ନେଇ ମଧ୍ୟ ହେବ ତଦନ୍ତ। ଇଡି କାର୍ଯ୍ୟାଳୟରେ ଖଗେଶ୍ବରଙ୍କୁ ରଖାଯାଇ ଜେରା କରାଯିବ ବୋଲି ସୂଚନା ମିଳିଛ।

ସୂଚନାଥାଉ କି, ମାୟାବିନୀ ଅର୍ଚ୍ଚନା ନାଗଙ୍କ ବିଜନେସ୍‌ ପାର୍ଟନର ଖଗେଶ୍ୱରଙ୍କୁ ଗୁରୁବାର ଗିରଫ କରିଥିଲା ଇଡି। ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ଲିଙ୍କ ନେଇ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରାଯାଇଥିଲା। ଗୁରୁବାରଠୁ ଖଗେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଇଡି

ଇଡି ଗୁରୁବାର ଅର୍ଚ୍ଚନାର ବାପ ଘର, ଶାଶୂ ଘର, ଭୁବନେଶ୍ୱର ସତ୍ୟବିହାର ଘର ସହ ମୋଟ ୬ଟି ସ୍ଥାନରେ ଚଢ଼ଉ କରିଥିଲା ଏହି ସମୟରେ କୋଟି କୋଟି ଟଙ୍କାର ହିସାବ ପାଇଛିଏଥି ସହିତ ଗୁରୁବାର ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଇଡି ଅଟକ ରଖି ଜେରା କରିଥିଲା ଖଗେଶ୍ୱର ପାତ୍ରଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ଗୁରୁବାର ବାରଙ୍ଗ ଗଙ୍ଗେଶ୍ୱର ଗାଁରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କ ବାସଭବନରେ ମଧ୍ୟ ଇଡି ଚଢଉ କରିଥିଲା । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲାଏହା ସତ୍ତ୍ବେ ମଧ୍ୟ ଇଡି ଖଗେଶ୍ୱରଙ୍କ ଘରକୁ ପଶି ଗୁରୁତପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଖଗେଶ୍ବରଙ୍କୁ ବାସଭବନରୁ ଉଠାଆଣିଥିଲା।

ପୂର୍ବରୁ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଖଗେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇ ଏହି ଆବେଦନ ଦାୟର କରିଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ହୋଇଥିବା ନେଇ ଖଗେଶ୍ବରଙ୍କ ନାଁରେ ଅଭିଯୋଗ ରହିଛି।

Leave A Reply

Your email address will not be published.