ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

0

ଭୁବନେଶ୍ୱର,୧୧/୧୧: ରାଜ୍ୟ ସରକାର ଆଜି ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ପୁଣିଥରେ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଶ୍ରୀ ମିଶ୍ର ଏବେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତବର୍ଷ ସେ ସରକାରୀ ଚାକିରିରୁ ଅବସର ନେବାର ଠିକ୍ ଦିନକ ପରେ ନଭେମ୍ବର ପହିଲାରେ ରାଜ୍ୟ ସରକାର ତାଙ୍କୁ ଏହି ପଦବୀରେ ଥଇଥାନ କରିଥିଲେ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବା ଚୁକ୍ତି ଅବଧିକୁ ପୁଣି ଥରେ ୧ବର୍ଷ ବୃଦ୍ଧି କରାଯାଇଛି । ୨୦୧୪ ଅଗଷ୍ଟ ମାସରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ନିୟମ ଅନୁସାରେ ତାଙ୍କୁ ପୁନଃନିଯୁକ୍ତି ମିଳିଛି ଓ ସରକାରୀ ସୁବିଧାସୁଯୋଗ ପାଇବାକୁ ହକଦାର ହେବେ।

Leave A Reply

Your email address will not be published.