ଶୀଘ୍ର ମିଳିବ ସପ୍ତମ ବେତନ କମିସନ ବାବଦ ଅବଶିଷ୍ଟ ୨୦% ବକେୟା ଅର୍ଥ

ଭୁବନେଶ୍ବର, ୨୮/ ୩ : ସପ୍ତମ ବେତନ କମିନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇପାରିବେ

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ସପ୍ତମ ବେତନ କମିନର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରି ମାସଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ।  କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା।  ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ପେନ୍ସନଭୋଗୀମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦% ପାଇସାରିଛନ୍ତି

Comments are closed.