ଧରାପଡ଼ିଲା ଅଞ୍ଜନା ମିଶ୍ର ମାମଲାର ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର ୨୨।୨ : କଟକ ବାରଙ୍ଗ ଅଞ୍ଚଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୁଲିସକୁ ଆଜି ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ୨୨ ବର୍ଷ ପରେ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିଛିପୁଲିସ। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଆଜି ଗିରଫ ହୋଇଛି। ତେବେ ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି ପୋଲିସ।

ବିବନ ବିଶ୍ୱାଳ ଗିରଫ ପରେ ପୀଡିତା ଅଞ୍ଜନା ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦୋଷୀକୁ ଫାଶୀ କିମ୍ବା ଆଜୀବନ କାରାଦଣ୍ଡ ଦିଆଯାଉ। ଅଭିଯୁକ୍ତ ଗିରଫ ହୋଇଥିବାରୁ ମୁଁ ବହୁତ ଖୁସି। ୨୨ ବର୍ଷ ଧରି ଅନେକ ଯନ୍ତ୍ରଣା ସହିଛି। ବିବନକୁ ଫାଶୀ ହେଲେ ମୋତେ ନ୍ୟାୟ ମିଳିବ। ସିବିଆଇ ତଦନ୍ତ ଠିକ୍‌ ଭାବେ କରି ନାହିଁ। ନହେଲେ ଅଭିଯୁକ୍ତ ଆଗରୁ ଧରାପଡ଼ିଥାନ୍ତି।’ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇଲେ ଅଞ୍ଜନା।

ଉଲ୍ଲେଖନୀୟ, ୯ ଜାନୁଆରୀ ୧୯୯୯ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ଏହି ଦୁଃଖଦ ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା। ଅଭିଯୋଗ ଅନୁଯାୟୀ, ଘଟଣା ଦିନ ପୀଡିତା ତାଙ୍କର ଜଣେ ସାମ୍ବାଦିକ ବାନ୍ଧୁଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ। ଭୁବନେଶ୍ବର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁରୁର୍ତ୍ତ ସେମାନଙ୍କ ପଥରୋଧ କରିବା ସହ ବାନ୍ଧୁଙ୍କ ସାମନାରେ ପୀଡିତାକୁ ଗଣଦୁଷ୍କର୍ମ କରିଥିଲେ । ଏ ଘଟଣା ପ୍ରଘଟ ହେବା ପରେ ପୋଲିସ ତତ୍ପରତାର ସହ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ବିବନ ମହାରାଷ୍ଟ୍ର ପୁଣେରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା। ସେଠାରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ୱାରେଣ୍ଟ ବଳରେ ଆଜି କୋର୍ଟରେ ବିବନକୁ କମିଶନରେଟ ପୋଲିସ ହାଜର କରିବ ।

ତେବେ ଏହି ମାମଲାର ତଦନ୍ତ କରୁଥିଲା ସିବିଆଇ। ପୂର୍ବରୁ ୨ ଜଣ ଅଭିଯୁକ୍ତ ପଦିଆ ଓ ଟୁନିଆଙ୍କୁ ଦଣ୍ଡିତ କରିଥିଲେ କୋର୍ଟ। ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେ ସା ପାଇଁ ନିର୍ଦ୍ଦେଶ ହୋଇଥିଲା। ୩ ମାସ ତଳୁ ବିବନ ଖୋଜିବା ଆରମ୍ଭ କରିଥିଲା କମିଶନରେଟ ପୋଲିସ। ୨୨ ବର୍ଷ ପରେ ପୋଲିସ ହାତକୁ ଆସିଲା ବିବନ୍ ବିଶ୍ଵାଳ।

ଓଡ଼ିଶା ପୋଲିସ ଓ ମହାରାଷ୍ଟ୍ର ପୋଲିସର ମିଳିତ ସହାୟତାରେ ଧରା ହୋଇଛି ବିବନ। ବିବନକୁ ଗିରଫ କରାଯାଇଥିବା ନେଇ ସିବିଆଇକୁ ସୂଚନା ଦିଆଯାଇଥିବା କଥା କହିଛନ୍ତି ପୁଲିସ କମିସନର୍। ମିଥ୍ୟା ପରିଚୟ ପତ୍ର ତିଆରି କରି ୨୨ ବର୍ଷ ଧରି ଲୁଚିଥିଲା ବିବନ। ବିବନ ନାଁ ରେ ଆହୁରି ଅନେକ ଅପରାଧିକ ମାମଲାର ଅଭିଯୋଗ ରହିଛି ବୋଲି ପୋଲିସ କମିଶନର କହିଛନ୍ତି।

 

Comments are closed.