କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲଭା ହେଲେ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ

0

ନୂଆଦିଲ୍ଲୀ, ୧୭।୭: କେନ୍ଦ୍ରରେ ଶାସକ ଏନ୍‌ଡିଏ ପକ୍ଷରୁ ଗତକାଲି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଆଜି ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ  ନାମ ଘୋଷଣା  କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲ୍‌ଭା ହୋଇଛନ୍ତି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ। ଏ ସମ୍ପର୍କରେ ଆଜି ଏନ୍‌ସିପି ନେତା ଶରଦ ପାୱାର ଘୋଷଣା କରିଛନ୍ତି। ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ହୋଇଛନ୍ତି ପ୍ରାର୍ଥୀ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍‌ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ। ସୂଚନା ମୁତାବକ ବିରୋଧୀ ଦଳର ନେତାମାନେ ଆଜି ଦିଲ୍ଲୀରେ ଏକ ବୈଠକ କରିଥିଲେ।  ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଆଜି ଏହି ବୈଠକରେ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା |

ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ସମାଜବାଦୀ ପାର୍ଟି (ଏସପି) ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ। ୧୯୪୨ ଏପ୍ରିଲ ୧୪ ତାରିଖରେ ମାର୍ଗେଟ ଆଲଭା ରୋମାନ କ୍ୟାଥଲିକ୍ ପରିବାରର କର୍ଣ୍ଣାଟକର ବାଙ୍ଗାଲୋରରେ ଜନ୍ମଗ୍ରଅହଣ କରିଥିଲେ । ସେ ଗୋଆରେ ୧୭ତମ, ଗୁରାଟରେ ୨୩ତମ  ଏବଂ ଉତ୍ତରାଖଣ୍ଡରେ ଚତୁର୍ଥତମ ରାଜ୍ୟପାଳ ଭାବେ ଦାୟିତ୍ୱ ଭାର ସମ୍ଭାଳିଛନ୍ତି। ୨୦୧୪ରେ ରାଜ୍ୟାପାଳ ଭାବେ ସେ ଶେଷ ଥର ପାଇଁ ଦାୟିତ୍ୱରୁ ଅବ୍ୟାହତି ନେଥିଲେ। ସେ ମଧ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ  ଥିଲେ। ସେ ମଧ୍ୟ ରାଜସ୍ଥାନ ଓ  ପ୍ୟଞ୍ଜାବର ରାଜ୍ୟପାଳ ଥିଲେ।  ସେ ବାଙ୍ଗାଲୁରୁର ମାଉଣ୍ଟ କାରମେଲ କଲେଜରେ ବିଏ ପାସ କରଥିବା ବେଳେ ସେହି ସହରରେ ସରକାରୀ ଆଇନ କଲେଜରୁ ଆଇନ ପାସ କରିଛନ୍ତି।

 

Leave A Reply

Your email address will not be published.