ସରିଲା ମାଟ୍ରିକ ପରୀକ୍ଷା, ଏପ୍ରିଲ୍ ୩ରୁ ଖାତା ମୂଲ୍ୟାୟନ ଆରମ୍ଭ

0

କଟକ,୨୦।୩ : ସରିଲା ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୫୬ ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ ମୂଲ୍ୟାୟନ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ରାମାଶିଷ ହାଜରା କହିଛନ୍ତି। ଆଶା କରୁଛୁ ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ ସେ କହିଛନ୍ତି , ପ୍ରଶ୍ନପତ୍ର ଭାଇରାଲ ଘଟଣା ସତ ନୁହେଁ। ପରୀକ୍ଷା ସରିବା ଯାଏଁ ପ୍ରଶ୍ନ ପତ୍ର ଭାଇରାଲ୍ ନେଇ ଆମ ପାଖେ କୌଣସି ଖବର ନ ଥିଲା। ଏବେ ଯେଉଁ ଭାଇରାଲ୍ କଥା କହୁଛନ୍ତି ତାହା କେବଳ ସୋସିଆଲ ମିଡ଼ିଆରୁ ଜାଣୁଛୁ। ଜାଣିଶୁଣି ଫେକ୍ ଭାଇରାଲ୍ ନେଇ ମଧ୍ୟ ଆମେ କିଛି ଫଟୋ ଓ ଅନ୍ୟ ତଥ୍ୟ ପାଇଛୁ। ଆଗକୁ ଫେକ୍ ଭାଇରାଲକୁ ବି କେମିତି ରୋକାଯାଇପାରିବ ସେ ନେଇ କଣ ପଦକ୍ଷେପ ନିଆଯିବ ସେଥିପାଇଁ ଚିନ୍ତାକରିବୁ ବୋଲି ଶ୍ରୀ ହାଜରା କହିଛନ୍ତି।

Leave A Reply

Your email address will not be published.